Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବରଗଡ ଜିଲ୍ଲା ପଦ୍ମପୁର ଠାରେ ଡ଼. ଭୀମ ରାଓ ଆମ୍ବେଦକରଙ୍କ ୧୩୩ ତମ ...

ବରଗଡ ଜିଲ୍ଲା ପଦ୍ମପୁର ଠାରେ ଡ଼. ଭୀମ ରାଓ ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତୀ ମହୋତ୍ସବ ପାଳିତ ।

ପଦ୍ମପୁର – ବରଗଡ ଜିଲ୍ଲା ପଦ୍ମପୁର ଠାରେ ଉପଖଣ୍ଡ ସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳନ କମିଟି ପଦ୍ମପୁର ତରଫରୁ ଆମ୍ବେଦକର ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ରାଜଵୋଡ଼ାସମ୍ବର ପଡ଼ିଆ ଠାରୁ ଏକ ଭବ୍ୟ ବିଶାଳ ଶୋଭାଯାତ୍ରା ଆମ୍ବେଦକର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ହୋଇଥିଲା । ଉକ୍ତ ଶୋଭାଯାତ୍ରାରେ ପାଇକମାଲ , ଝାରବନ୍ଧ , ଗାଇସିଲାଟ , ବିଜେପୁର , ସୋହେଲା ଓ ପଦ୍ମପୁର ବ୍ଳକ ଅଞ୍ଚଳର ହଜାର ହଜାର ଯୁବକ ଯୋଗଦାନ କରିଥିଲେ । ଏହି ଶୋଭାଯାତ୍ରାରେ ପାରମ୍ପାରିକ ଗଣ୍ଡା ବଜାର ୧୦ ଟି ଦଳ ଯୋଗଦାନ କରି ବାଦ୍ୟ ପରିବେଷଣ କରିଥିଲେ । ଏହି ପାରମ୍ପାରିକ ଗଣ୍ଡା ବଜା ପ ବାବା ସାହେବ ଙ୍କ ସ୍ଲୋଗାନ ରେ ପଦ୍ମପୁର ମୁଖରିତ ହୋଇଥିଲା । ଉକ୍ତ ଶୋଭାଯାତ୍ରା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ପହଁଚିଲା ପରେ ସମାଜିକ କାର୍ଯ୍ୟକର୍ତା ଓ ସମ୍ବାଦିକ ଗୋପବନ୍ଧୁ ଶିକାଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଭୋଜରାଜ ବାଗ , ମହେଶ ବାଗ , କୁଶ ତାଣ୍ଡି , ସରୋଜ ସୁନା , ଚୈତନ୍ୟ ଲୁହାର ପ୍ରମୁଖ ବାବା ସାହେବଙ୍କର ଜୀବନ ଓ ଭାରତରେ ସମତା ସମ୍ପର୍ଣ୍ଣ ସମାଜ ନିର୍ମାଣରେ ତାଙ୍କ ଯୋଗଦାନ ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ , ସଫଳ ରୂପାୟନ ପାଇଁ , ଚନ୍ଦ୍ରହାସ୍ୟ ଜାଲ , ରମେଶ ଗୁର୍ଲା , ସୋନୁ ବାଗ , ସୁଜନ ବାଗ , କୈଳାସ କୁମ୍ଭାର ,ଗୋବର୍ଦ୍ଧନ ଛତର ,ପ୍ରଦୀପ ମହାନନ୍ଦ ଗୋପବନ୍ଧୁ ସୁନା , ଗୋବିନ୍ଦ ତାଣ୍ଡି ପିତାମ୍ବର ବାଗ ଆଦି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ କୁ ଶୃଙ୍ଖଲା ସହ ସମାପନ କ୍ଷେତ୍ରରେ ସହଯୋଗ କରିଥିବାରୁ ଆୟୋଜକ କମିଟି ତରଫରୁ ଧନ୍ୟବାଦ ଜ୍ଞାପନ କରଯାଇଛି ।

error: Content is protected !!