ପଦ୍ମପୁର – ପଦ୍ମପୁର ବଡ଼ବନ୍ଧ ପାଖ ବନଦୁର୍ଗା ମନ୍ଦିର ଠାରେ ଗତ ସୋମବାର ଆଶ୍ବିନ ଶୁକ୍ଳପକ୍ଷ ପ୍ରତିପଦା ସକାଳ ଘ.୦୮.୦ ସମୟ ରେ କର୍ତ୍ତା ଅରୁଣ କୁମାର ଦାନି ଓ ତାଙ୍କ ଧର୍ମପତ୍ନି ରୂପା ରାଣୀ ସାହୁ ଙ୍କ ସମେତ ଶତାଧିକ ମହିଳା ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ ,ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା,ପଣ୍ଡିତ ଗିରିଶ ଚନ୍ଦ୍ର ହୋତା,ପଣ୍ଡିତ ଅଶୋକ କୁମାର ପଣ୍ଡା,ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,ପଣ୍ଡିତ ପ୍ରବୀଣ ମିଶ୍ର ଓ ପଣ୍ଡିତ ବିଘ୍ନରାଜ ନନ୍ଦ ଙ୍କ ମନ୍ତ୍ର ଉଚ୍ଚାରଣ, ଶଙ୍ଖ,ଘଣ୍ଟ ଧ୍ୱନି ହୁଳହୁଳି ଦେଇ ପଦ୍ମପୁର ସହର ସାରା ଶୋଭାଯାତ୍ରା ରେ ବାହାରି ବଡ଼ବନ୍ଧ ରୁ କଳସ ରେ ପାଣି ଆଣି ମନ୍ଦିରରେ କଳସାଧିବାସ, ଅଂକୁରାରୋପଣ,ଅଖଣ୍ଡ ଦୀପ ପ୍ରଜ୍ବଳନ ଓ ନବରାତ୍ର ପୂଜା ଆରମ୍ଭ ହୋଇ ଯାଇଛି ।

ନବରାତ୍ରର ପ୍ରଥମ ଦିନରେ ମାଁ ଦୁର୍ଗାଙ୍କୁ ଶୈଳପୁତ୍ରୀ ବେଶରେ ଆବାହାନ କରି ସକାଳ ୮ ଘଣ୍ଟା ସମୟରେ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ବନ ଦୁର୍ଗା ମନ୍ଦିର ରେ ଥିବା ପାର୍ଶ୍ୱ ଦେବିଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଦ୍ୱିତୀୟ ଦିନରେ ମାଁ ଦୁର୍ଗା ବ୍ରହ୍ମଚାରିଣୀ ବେଶ ଓ ଆଜି ତୃତୀୟ ଦିନରେ ସନ୍ତୁଷ୍ଟ ଓ ଆରୋଗ୍ୟ ପ୍ରଦାୟିନୀ ମାଁ ଦୁର୍ଗା ଭକ୍ତ ବତ୍ସଲଙ୍କୁ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଇ ଶୁଭାଶ୍ରୀବାଦ ପ୍ରଦାନ କରୁଛନ୍ତି ।ପ୍ରତ୍ୟେକ ଦିନ ସକାଳ ଘ.୭.୦ ଟା ରେ ପୂଜା,ବାଳଭୋଗ ଆଳତୀ ସହିତ ୭୦.୦ ଟଙ୍କା ବିନିମୟରେ ଭକ୍ତଙ୍କ ପାଇଁ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଘଣ୍ଟା ସମୟରେ ମିଷ୍ଟାନ୍ନ ଭୋଗ,୭ ଘଣ୍ଟା ୩୦ ମିନିଟ ରେ ମଙ୍ଗଳ ଆଳତୀ,୨୯.୦୯.୨୦୨୫ ଚଣ୍ଡୀ ହୋମ,ଫଳମୂଳ ଭୋଗ ଓ ସନ୍ଧ୍ୟା ୭ ଘଣ୍ଟା ରେ ୧୦୮ ଦୀପ ପ୍ରଜ୍ବଳନ, ତା.୩୦.୦୯.୨୦୨୫ ଅଷ୍ଟମୀ ହୋମ,୦୧.୧୦.୨୦୨୫ କୁମାରୀ ପୂଜା,ଶକ୍ତି ହୋମ ଏବଂ ୦୨.୧୦.୨୦୨୫ ବିଜୟା ଦଶମୀ ଦିନ ଅପରାଜିତା ପୂଜା,ହୋମ, ସକାଳ ଘ.୧୦.୧୦ ମିନିଟ ରେ ପୂର୍ଣାହୁତୀ ଓ ଘଟ ବିସର୍ଜନ ର ସୂଚନା କମିଟି ସୂତ୍ର ରୁ ପ୍ରାପ୍ତ ହୋଇଛି । ବନଦୁର୍ଗା ମନ୍ଦିର ର ସଭାପତି ଡ଼.ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ,କୋଷାଧକ୍ଷ୍ୟ ଅନିଲ କୁମାର ବେହେରା ଙ୍କ ତତ୍ୱାଧାନ ରେ ଗଜିଆ ଶର୍ମା,ପ୍ରତାପ ମିଶ୍ର,ଗଜୁ ଅଗ୍ରୱାଲ,ଅଜିତ ସତପଥୀ, ସୁଶାନ୍ତ ପଧାନ,ବିଷ୍ଣୁ ଥପା ଓ ଉମେଶ ସାହୁ ଙ୍କ ସହଯୋଗ ରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ କରି ଆସୁଛନ୍ତି ।



