Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବଞ୍ଚିବା ପାଇଁ ଗଛଟିଏ:ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ।

ବଞ୍ଚିବା ପାଇଁ ଗଛଟିଏ:ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ।

ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମ ପଞ୍ଚାୟତର ଗ୍ରାମ ଗୁଡିକରେ ଜିଲ୍ଲା ପରିବେଶ ସୁରକ୍ଷା ମଂଚ ବରଗଡର ସଂପାଦକ ପ୍ରକୃତିବଂଧୁ ଶ୍ରୀଯୁକ୍ତ ମୀନକେତନ ସାହୁଙ୍କ ଆହ୍ବାନ କ୍ରମେ ମେଲଛାମୁଣ୍ଡା ସରପଞ୍ଚ ଶ୍ରୀଯୁକ୍ତ ପ୍ରତ୍ୟୁଷ ରଞ୍ଜନ ଭୋଇଙ୍କ ସହାୟତାରେ “ବଞ୍ଚିବା ପାଇଁ ଗଛଟିଏ” ଅଭିଯାନ ଆରମ୍ଭ ହୋଇ ଯାଇଛି। ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଲମହୁଲ,ମେଲଛାମୁଣ୍ଡା,ପଣ୍ଡରିପାଣି, ବେଲମୁଣ୍ଡା ଆଦି ଗ୍ରାମ ଗୁଡିକରେ ଆୟୋଜିତ ସଚେତନତା ସଭାରେ ସରପଞ୍ଚ ଶ୍ରୀଯୁକ୍ତ ପ୍ରତ୍ୟୁଷ ରଞ୍ଜନ ଭୋଇ,ପ୍ରକୃତିବଂଧୁ ଶ୍ରୀଯୁକ୍ତ ମୀନକେତନ ସାହୁ,ଏମ୍ ବି କେ ସଂଯୁକ୍ତା କର୍ଣେଲ ପ୍ରମୁଖ ଅଂଶଗ୍ରହଣ କରି ବିଶ୍ବ ଉତ୍ତାପନ ଓ ଜୀବଜଗତ ଉପରେ ଏହାର ପ୍ରଭାବ,ଜଳବାୟୁ ପରିବର୍ତ୍ତନ,ଜଂଗଲ ସୁରକ୍ଷା,ବୃକ୍ଷ ରୋପଣ,ଶିଶୁଟିଏ ଗଛଟିଏ, ବଞ୍ଚିବା ପାଇଁ ଗଛଟିଏ ସଂପର୍କରେ ନିଜ ନିଜର ବକ୍ତବ୍ଯ ରଖିଥିଲେ। ଗ୍ରାମ ଗୁଡିକରେ ଗ୍ରାମବାସୀଙ୍କୁ ଓଉ,ପଣସ,ବଉଳ, ଅଶୋକ ଚାରା ପ୍ରଦାନ କରାଯାଇଥିଲା ଓ ନିଜ ନିଜର ଘର ବାଡି,ଚାଷ ଜମି ସହିତ ରାସ୍ତା କଡରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିଆରପିସିଏମ୍ ସସ୍ମିତା ସୁନା,ପାର୍ବତୀ ସାହୁ,ଯଶୋବନ୍ତି ଭୋଇ,ପୂର୍ଣିମା ଗହିର, ପଦ୍ମିନୀ ବାଗ,ପ୍ରେମବତୀ ସାହୁ, ବିଲାସିନୀ ସାହୁ, କୃଷିମିତ୍ର ରଶ୍ମିରେଖା ଦେବତା, ବିଷ୍ଣୁପ୍ରିୟା ପଟେଲ, ପ୍ରେମବତୀ ଭୋଇ ,ପ୍ରାଣୀମିତ୍ର ମୀରାବତୀ ସେଠ ଓ ଚନ୍ଦ୍ରିକା ଭୋଇ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ।

error: Content is protected !!