Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବକଟି ଗ୍ରାମ ପଂଚାୟତ ହାଇସ୍କୁଲ ରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ସ୍ବାଭିମାନ ଦିବସ ପାଳିତ।

ବକଟି ଗ୍ରାମ ପଂଚାୟତ ହାଇସ୍କୁଲ ରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ସ୍ବାଭିମାନ ଦିବସ ପାଳିତ।

ଅତାବିରା(ସୁରେନ୍ଦ୍ର କଠାର)-ଭେଡେନ ବ୍ଲକ ବକଟି ଗ୍ରାମ ପଂଚାୟତ ହାଇସ୍କୁଲ ରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ସ୍ବାଭିମାନ ଦିବସ ତଥା  ମଧୁ ବାବୁ ଜୟନ୍ତୀ ପାଳିତ ହୋଇଯାଇଛି।।ସମ୍ବାଦ ଆମ ଓଡ଼ିଶା ବ୍ଲକ ସଂଯୋଜକ ମୁକୁନ୍ଦ ଷଡ଼ଙ୍ଗୀ ଙ୍କ ତ୍ତ୍ଵାବଧାନ ରେ ଅନୁଷ୍ଠିତ ଏହି ଜୟନ୍ତୀରେ ପରିଚାଳନା କମିଟିର ସଭାପତି ପ୍ରଦ୍ୟୁମ୍ନ ଡ଼ନସନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ କବି,ଲେଖକ,,ସାହିତ୍ୟିକ ତଥା ଶିକ୍ଷକ ଧର୍ମରାଜ ପଧାନ , ସମ୍ମନିତ ଅତିଥି ଭାବରେ ଶିକ୍ଷକ ସଂଜୀବ ପଣ୍ଡା,ଦାମ୍ଵୋଦର, ଚିନ୍ଦ୍ରା, ପ୍ରମୁଖ ଯୋଗଦାନ କରିଥିଲେ।

ଓଡ଼ିଆ ଶିକ୍ଷକ ନରେଶ ଦାଶ ସଭା ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସ୍ଵାଗତ ଭାଷଣ ଓ ଉଦ୍ଧେଶ୍ୟଜ୍ଞାପନ କରିଥିଲେ। ଶିକ୍ଷକ ଜଦୁମଣି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥି ଗଣ  ମଧୁବାବୁଙ୍କ ଜୀବନୀ ଗାଥା କହିବା ସହ  ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଧାନ ମଧୁ ବାବୁଙ୍କ ଜୀବନୀ ଉପରେ ନିଜ ଲିଖିତ ସ୍ବାଭିମାନି ଓଡ଼ିଆ କବିତା ପରିବେଷଣ କରିଥିଲେ। ଛାତ୍ରୀ ଅଙ୍କିତା ସାହୁ,ଧରିତ୍ରୀ ନାୟକ ,ଚନ୍ଦ୍ରମା ଗରଡ଼ିଆ,ମଧୁମିତା ସଂଖୁଆ ମଧୁ ବାବୁଙ୍କ କବିତା ଗାନ କରିଥିଲେ ।ସଭା ପ୍ରଥମେ ମଧୁସୂଦନ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ  ଅର୍ପଣ କରାଯାଇ ସଭା ଆରମ୍ଭ ହୋଇଥିଲା।

error: Content is protected !!