Saturday, March 7, 2026
Homeଅଘଟଣଫୋରୱେର ଡ୍ରେନ୍ କାମ ଚାଲିଥିବା ବେଳେ ଭୁଷୁଡି ପଡିଲା ଘର ।

ଫୋରୱେର ଡ୍ରେନ୍ କାମ ଚାଲିଥିବା ବେଳେ ଭୁଷୁଡି ପଡିଲା ଘର ।

ବରପାଲି-ବରପାଲି ଏନ୍.ଏଚ୍. 26 ର ଫୋରୱେ ରାସ୍ତାର ଡ୍ରେନ୍ କାମ ଚାଲିଥିବା ବେଳେ ସ୍ଥାନୀୟ ମେହେର କବି ପଡା ଠାରେ ଘରର ମୂଳଦୂଆ ଖୋଳି ଦେବାରୁ ଘରର କାନ୍ଥ ସହ ଆଜବେଷ୍ଟସ ଭୁଷୁଡ଼ି ନିର୍ମାଣାଧୀନ ଡ୍ରେନ ଉପରେ ପଡିଗଲା। ଘଟଣାରେ କେହି ହତାହତ ହୋଇ ନାହାନ୍ତି । ଭୟରେ ପଡୋଶୀ ମାନେ ଘର ଛାଡି ଅନ୍ୟ ସ୍ଥାନରେ ଆଶ୍ରୟ ନେଇଛନ୍ତି। ଏକ ବଡ ଦୁର୍ଘଟଣା ଟଳି ଯାଇଛି । ତୁରନ୍ତ ଘରର ମୂଳଦୂଆ ମରାମତି ନ କଲେ କାର୍ଯ୍ଯ ବନ୍ଦ କରିବାର ଧମକ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ବାସିନ୍ଦା ଫୋରୱେ ନିର୍ମାଣ କାର୍ଯ୍ଯ ରେ ପାତର ଅନ୍ତର ହେଉଥିବା ଅଭିଯୋଗ କରିଛନ୍ତି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଘର ଗୁଡିକ ଛାଡି ଦେଇ କେବଳ ନିରିହ ଜନସାଧାରଣ ଙ୍କ ଘର ପ୍ରଶାସନ ଭାଙ୍ଗୁଥିବା ସାଧାରଣ ରେ ଆଲୋଚନା ହେଉଛି। ଏହାର ଉଚ୍ଚ ସ୍ତରୀୟ ତଦାରଖ ର ଆବଶ୍ୟକତା ରହିଛି ବୋଲି ଦାବୀ ହେଉଛି।

error: Content is protected !!