Saturday, March 7, 2026
Homeଅଘଟଣଫେରାର ନକଳି ଶିକ୍ଷକକୁ ଗିରଫ କଳା ବଙ୍ଗୋମୁଣ୍ଡା ପୋଲିସ।

ଫେରାର ନକଳି ଶିକ୍ଷକକୁ ଗିରଫ କଳା ବଙ୍ଗୋମୁଣ୍ଡା ପୋଲିସ।

କଣ୍ଟାବାଞ୍ଜି-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ନକଲି ଶିକ୍ଷକ କୁ ଗିରଫ କରିଛି ବଙ୍ଗୋମୁଣ୍ଡା ପୋଲିସ। ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ତତ୍କାଳୀନ ପ୍ରଧାନ ଶିକ୍ଷକ ସୁକାନ୍ତ ମନ୍ତ୍ରୀ ଙ୍କୁ ଜାଲ ସାର୍ଟିଫିକେଟ ଦେଇ ଅନେକ ବର୍ଷ ଧରି ଚାକିରୀ କରୁଥିବା ଅଭିଯୋଗ ରେ ଗିରଫ କରଛି। ବଙ୍ଗୋମୁଣ୍ଡା ବ୍ଲକ ରେ ଶିକ୍ଷକ ଜଣକ ଅନେକ ସ୍କୁଲ ରେ ସେ ଶିକ୍ଷାଦାନ କରିଥବା ସୂଚନା ମିଳିଛି।

ଏନେଇ ଖବର ପାଇବା ପରେ କିଛି ଦିନ ପୂର୍ବ ରୁ ବଙ୍ଗୋମୁଣ୍ଡା ବ୍ଲକ ବିଇଓ ଥାନା ରେ ଲିଖିତ ଅଭିଯୋଗ କଦିଥିଲେ। ହେଲେ ସେହି ସମୟରେ ଶିକ୍ଷକ ଜଣକ ଫେରାର ମାରିଥିବା ବେଳେ ଏବେ ଉକ୍ତ ଶିକ୍ଷକ କୁ ଗିରଫ କରିଛି ବଙ୍ଗୋମୁଣ୍ଡା ପୋଲିସ। ବଙ୍ଗୋମୁଣ୍ଡା ଅଞ୍ଚଳରେ ଏଭଳି ଅନେକ ନକଲି ଶିକ୍ଷକ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଅଭିଯୋଗ ନଜିର ରହିଛି।

error: Content is protected !!