• ଜିଲ୍ଲାର ପ୍ରାୟ୧୪ଲକ୍ଷ୍ୟ ଲୋକଙ୍କୁ ଔଷଧ ସେବନ କରାଇବା ଲକ୍ଷ
• ୫୨୨୪ ଔଷଧ ସେବନ କାରୀ, ୪୮୭ ଜଣ ପ୍ରଥମ ସ୍ତରୀୟ ପର୍ଯ୍ୟବେକ୍ଷକ, ୪୮ ଗୋଟି ଦ୍ରୁତ ପ୍ରତିକ୍ରିୟ ଦଳ ନିଯୋଜିତ
• ଲୋକଙ୍କ ସହାୟତା ପାଇଁ ଖୋଲାଯାଇଛି ୧୮ ଗୋଟି କୋଣ୍ଟ୍ରୋଲ ରୁମ
ବରଗଡ-ସ୍ଥାନୀୟ ଷ୍ଟେସନପଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସମୂହ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଯୋଗଦେଇ ପ୍ରଥମେ ଔଷଧ ସେବନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଉପସ୍ଥିତ ଥିବା ସମସ୍ତ ତାଲିମ ପ୍ରାପ୍ତ ଔଷଧ ସେବନ କାରୀଙ୍କୁ (ଆଶା, ଅଙ୍ଗନବାଡି) ସକ୍ରିୟ ଭାବେ ଲୋକଙ୍କୁ ସଚେତନ କରିବା ସହ ବରଗଡ ଜିଲକୁ ଫାଇଲେରିଆ ମୁକ୍ତ କରିବା ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟକି,ଏହି କାର୍ଯ୍ୟକ୍ରମରେ ଅଗଷ୍ଟ ୧୦ ରୁ ୧୯ ତାରିଖ ମଧ୍ୟରେ ତାଲିମ ପ୍ରାପ୍ତ ଔଷଧ ସେବନ କାରୀ ତଥା ଆଶା, ଅଙ୍ଗନବାଡି ନିଜ ଅଞ୍ଚଳର ଘରଘର ବୁଲି ପରିବାରର ସଦସ୍ୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଶିକ୍ଷ୍ୟାନୁଷ୍ଠାନ ଗୁଡିକରେ ସମସ୍ତଙ୍କୁ ଔଷଧ ଖୁଆଇବେ ।
ଜିଲ୍ଲାର ପ୍ରାୟ୧୪ଲକ୍ଷ୍ୟ ଲୋକଙ୍କୁ ଔଷଧ ସେବନ କରାଇବା ଲକ୍ଷ ରଖି ସମୁଦାୟ ୫୨୨୪ ଜଣ ତାଲିମ ପ୍ରାପ୍ତ ଔଷଧ ସେବନ କାରୀ, ୪୮୭ ଜଣ ପ୍ରଥମ ସ୍ତରୀୟ ପର୍ଯ୍ୟବେକ୍ଷକ, ୪୮ ଗୋଟି ଦ୍ରୁତ ପ୍ରତିକ୍ରିୟ ଦଳ ନିଯୋଜିତ ଥିବା ବେଳେ ଲୋକଙ୍କ ସୁବିଧା ପାଇଁ ୧୮ ଗୋଟି କୋଣ୍ଟ୍ରୋଲ ରୁମ ଖୋଲାଯାଇଛି । ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ, ଡ. ନିରୁପମା ଷଡ଼ଙ୍ଗୀ, ଜ଼ିଲ୍ଲା ଅତିରିକ୍ତ ଜନସ୍ଵାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡ. ସାଧୁଚରଣ ଦାଶ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲାଙ୍କ ସମେତ ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ଗିରିଜା ପ୍ରସାଦ ମିଶ୍ର ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଆଶା ଓ ଅଙ୍ଗନବାଡି ଉପସ୍ଥିତ ରହି ସମୂହ ଔଷଧ ସେବନ କରିଥିଲେ ।