Saturday, November 23, 2024
spot_imgspot_imgspot_img
Homeରାଜ୍ୟପ୍ରାଶାସନିକ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ମଧ୍ଯ କଟାକଟି:ଜଳ ଉତ୍ସବ ହେଳା ବାତିଲ।

ପ୍ରାଶାସନିକ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ମଧ୍ଯ କଟାକଟି:ଜଳ ଉତ୍ସବ ହେଳା ବାତିଲ।

କାଉନସିଲଙ୍କୁ ଅଣ ଦେଖା କରି ଇଓଙ୍କ ମନୋମୁଖୀ ଚାଳୁଛି- ନଗରପାଳ ।

ଶିବ ବନ୍ଧ ପୋଖରୀର ସୋସିଆଲ ଅଡିଟ କରିବି – ଇଓ।

କଣ୍ଟାବାଞ୍ଜି-ସାରା ଦେଶ ରେ କେନ୍ଦ୍ର ନିତି ଆୟୋକ ପକ୍ଷରୁ ଜଳ ଉତ୍ସବ ପାଳନ କରାଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସି ପକ୍ଷରୁ ସହର ଶିବ ବନ୍ଧ ପୋଖରୀ ଠାରେ ବୁଧବାର ଜଳ ଉତ୍ସବ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ନଗରପାଳ ବରିୟାମ ସିଂ ସାଲୁଜା, କାଉନସିଲର ସୂଯ୍ଯ ପ୍ରତାପ ମିଶ୍ର ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ କଣ୍ଟାବାଞ୍ଜି ଏନଏସି ନଗରପାଳ ବରିୟାମ ସିଂ ସାଲୁଜା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିରାଜ ଶଙ୍କର ମଲ୍ଲିକ ମଧ୍ଯ ଅନେକ ଦିନ ଧରି ଚାଳିଥିବା ଶୀତଳ ଯୁଦ୍ଧ ବୁଧବାର ଏହି କାର୍ଯ୍ୟକ୍ରମ ରେ ଉଗ୍ରରୂପ ନେଇ ଜନ ସାଧାରଣ ଙ୍କ ସାମ୍ନା କୁ ଆସିଥିଲା।

କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚିବା ମାତ୍ରେ ସହର ର ବିଭିନ୍ନ ୱାର୍ଡ ର କାଉନସିଲର ମାନେ କାର୍ଯ୍ୟକ୍ରମ କୁ କାହିଁକି ଆମକୁ ନିମନ୍ତ୍ରଣ କରାଗଲା ନାହିଁ ସବୁ ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କ ମନୋମୁଖୀ କରୁଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଥିଲେ। ବାରମ୍ବାର ନିର୍ବାଚିତ ଜନ ପ୍ରତିନିଧିଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ କାହିକିଁ ଅସମ୍ମାନ କରୁଛନ୍ତି ସବୁ ସରକାରୀ କାର୍ଯ୍ୟକ୍ରମ ରେ ତାଙ୍କ ମନମୁତାବକ କରୁଥିବା ବେଳେ ଆମ କୁ ଖବର ମଧ୍ଯ ଦେଉନାହାଁନ୍ତି।

ଜନ ସାଧାରଣ ସେବା ପାଇଁ ସେ କାର୍ଯ୍ୟରତ କିନ୍ତୁ ସେ ଜନ ପ୍ରତିନିଧିଙ୍କୁ ଅଣ ଦେଖା କରି କାହିଁକି ଏପ୍ରକାର କରୁଛନ୍ତି ବୋଲି ନଗରପାଳ ବରିୟାମ ସିଂ ସାଲୁଜା ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରି ଉତ୍ତର ଦିଅ ବୋଲି ପ୍ରଶ୍ନ କରିଥିଲେ। ଅନେକ ସମୟ ଧରି ଅତିରିକ୍ତ ଜିଲ୍ଲାପାଳ, କାର୍ଯ୍ୟନିର୍ବାହୀ ଓ ନଗରପାଳ କାଉନସିଲର ଙ୍କ ମଧ୍ଯ କଟାକଟି ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ ଓ କାଉନସିଲର ମଧ୍ଯ ମୁହାଁମୁହି ପରିସ୍ଥିତି ଉପୁଜିଥିଲା ବେଳେ ଖବର ପାଇ ଘଟଣାସ୍ଥଳ ରେ କଣ୍ଟାବାଞ୍ଜି ପୋଲିସ ମଧ୍ଯ ପହଞ୍ଚିଲା।

କାର୍ଯ୍ୟକ୍ରମ ରେ ସହର ବିଭିନ୍ନ ୱାର୍ଡ ଏସ.ଏଚ.ଜି ମହିଳା ମାନେ ଉପସ୍ଥିତ ଥିବା ବେଳେ ଗଣ୍ଡଗୋଳ ଦେଖି ସେମାନେ ସଭା ଛାଡି ଚାଳିଯାଇଥିଲେ। ଶେଷରେ କାଉନସିଲର ମାନେ ତାଙ୍କୁ ନିମନ୍ତ୍ରଣ ନ କରିବା ପ୍ରର୍ଯନ୍ତ ଏହି ଜଳ ଉତ୍ସବ କାର୍ଯ୍ୟକ୍ରମ ପାଳନ କରିଦେବେ ନାହିଁ ବୋଲି ଜିତ ଧରି ବସିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଓ ଏନଏନସି କାର୍ଯ୍ଯନିର୍ବାହୀ ଅଧିକାରୀ କାର୍ଯ୍ୟକ୍ରମ ବାତିଲ କରି ଚାଳିଯାଇଥିଲେ। ଏନେଇ ଗଣମାଧ୍ୟମ ପ୍ରତିନିଧି ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଘଟଣା ବିଷୟ ରେ ପଚାରିବାରୁ ସେ କୌଣସି ପ୍ରକାର ପ୍ରତିକ୍ରିୟା ନ ଦେଇ ଚାଳିଗଲେ।

ଏହି ଶିବ ବନ୍ଧ କାମରେ ଅନିୟମିତତା ହୋଇଛି ସୋସିଆଲ ଅଡିଟ କରିଲେ କାମ କେତେ ଠିକ ହୋଇଛି ତାହା ଜଣାପଡି ବୋଲି କଥାକଟି ସମୟରେ ଚିତ୍କାର କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିରାଜ ଶଙ୍କର ମଲ୍ଲିକ କହି କାର୍ଯ୍ୟକ୍ରମ ବାତିଲ କରି ସଭା ଛାଡି ଚାଳିଗଲେ। ସେପଟେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ଯ ଅଭିଯୋଗ ଆଣି ତାଙ୍କୁ ବଦଳି ଦାବୀ କଣ୍ଟାବାଞ୍ଜି ନଗରପାଳ ଓ କାଉନସିଲର ମାନେ ଏନଏସି ଅଫିସ ଗୃହ ମୁଖ୍ଯ ଗେଟ ତାଳା ପକାଇ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ବିରୋଧ ରେ ନାରା ବାଜି କରିଥିଲେ। ସେ କଣ୍ଟାବାଞ୍ଜି ସହର ର ଉନ୍ନତୀ ପାଇଁ ନିୟୋଜିତ ଅଛନ୍ତି କିନ୍ତୁ ମନମୁତାବକ କାର୍ଯ୍ୟ କରୁଛନ୍ତି ଯାହା ଦ୍ବାରା ସହର ଉନ୍ନତୀ ହେବାରେ ବାଧା ସୃଷ୍ଟି ହେଉଛି କାହାକୁ ନଜଣାଇ ସେ ଅନେକ ସମୟରେ ଛୁଟି ରେ ରହୁଛନ୍ତି।

ଏବଂ ସବୁ ବେଳେ କଣ୍ଟାବାଞ୍ଜି ଏନଏସିର କାଉନସିଲ ଙ୍କୁ ଅଣ ଦେଖା କରି ତାଙ୍କ ମନମୁଖୀ କରୁଛନ୍ତି ଅନେକ ସରକାରୀ କାର୍ଯ୍ୟକ୍ରମ ରେ କାଉନସିଲର ଙ୍କୁ ଅଣ ଦେଖା କରାଯାଉଛି। ସରକାରୀ କାର୍ଯ୍ୟକ୍ରମ ରେ ଇଓ ଯୋଗ ନ ଦେଳେ ମଧ୍ଯ ଫଟୋ ଚିତ୍ର ଇଡିଟ କରି ଏନଏସିର ଅଫିସିଆଲ ସାମାଜିକ ଗଣମାଧ୍ୟମ ରିପୋର୍ଟ ପୋଷ୍ଟ କରୁଛନ୍ତି ବୋଳି ନଗରପାଳ ବରିୟାମ ସିଂ ସାଲୁଜ ଗଣମାଧ୍ୟମ ସମୁଖୀନ ତାଙ୍କ ପ୍ରକ୍ରିୟା ରେ କହିଛନ୍ତି। ଅନ୍ୟପକ୍ଷ ସରକାରୀ ନିୟମ ଅନୁସାରେ କାର୍ଯ୍ୟକ୍ରମ ହୋଇଛି ଯେଉଁ ଯେଉଁ ମାନଙ୍କୁ ନିମନ୍ତ୍ରଣ କରାଯିବା କଥା ଆମେ ସେମାନଙ୍କୁ ନିମନ୍ତ୍ରଣ କରିଛୁ କିନ୍ତୁ କିଛି ଟା ଲୋକ ଜଳ ଉତ୍ସବ କାର୍ଯ୍ୟକ୍ରମ ଙ୍କୁ ବିରୋଧ କରିଥିଲେ ।

ସେଠାରେ ନଗରପାଳ ସରକାରୀ ଅଧିକାରୀଙ୍କୁ ଅସଦାଚରଣ କରିଛନ୍ତି ଆମେ ବର୍ତ୍ତମାନ ଫିଲ୍ଡ ଡିୟୁଟି ରେ ଅଛୁ ଯଦି ସେମାନେ ଅଫିସ କୁ ତାଳା ପକାଇଛନ୍ତି ଦେବେ ଆମେ ଆଇନ ଅନୁଯାଏ ପଦକ୍ଷେପ ନେବୁ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିରାଜ ଶଙ୍କର ମଲ୍ଲିକ ଙ୍କୁ ପଚାରିବାରୁ ସେ କହିଛନ୍ତି। ତେବେ ପ୍ରଶାସନିକ ଅଧିକାରି ଓ ଜନ ପ୍ରତିନିଧିଙ୍କ ସର୍ବ ସାଧାରଣ ରେ କଥାକଟି ହୋଇ ଗଣ୍ଡଗୋଳ ପରିସ୍ଥିତି ଘଟଣା ଆଗକୁ କେଉଁ ରୂପ ନେଉଛି ତାହା ଦେଖିବାକୁ ରହିଲା।

error: Content is protected !!