ପଦ୍ମପୁର-ପ୍ରାଦେଶିକ ପଣ୍ଡରା ମହାସଂଘ ଓଡ଼ିଶାର ସପ୍ତମ କାର୍ଯ୍ୟକାରିଣୀ ବୈଠକ ବରିକେଲର ନିର୍ମାଣାଧୀନ ସମଲେଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ପ୍ରାଦେଶିକ ପଣ୍ଡରା ମହାସଂଘର ସଭାପତି ଶ୍ରୀ ରସ ରାଜ ସା ସଭାପତିତ୍ବ କରିଥିଲେ, ସମ୍ପାଦକ ବୁଦ୍ଧଦେବ ବିଶି ବିବରଣୀ ପଠନ ପୂର୍ବକ କୋଷାଧ୍ୟକ୍ଷ ଶ୍ରୀ ପଞ୍ଚାନନ ଦଳପତି ଆୟ ବ୍ୟୟ ପଠନ ଏବଂ ସାଂଗଠନିକ ସମ୍ପାଦକ ବୀରେନ୍ଦ୍ର ଦେହୁରୀ ମଞ୍ଚ ପରିଚାଳନା କରିଥିଲେ l
ଏହି ଅବସରରେ ସମାଜରେ ପ୍ରଚଳିତ ବିଭିନ୍ନ କୁସଂସ୍କାର, ମାଡ଼ି ବସିଥିବା ପାଶ୍ଚାତ୍ୟ ଅପସଂସ୍କୃତି ,ପରମ୍ପରା ତଥା ବ୍ୟୟ ବହୁଳ ଚଳଣିକୁ ଦୂର କରିବା ପାଇଁ ଯୁଗ୍ମ ସାଂଗଠନିକ ସମ୍ପାଦକ ଗୋବର୍ଦ୍ଧନ ସାହୁ ଏକକ ଚଳଣି ଚିଠା ଉପସ୍ଥାପନା କରିଥିଲେ ଏବଂ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେଲା।ଉକ୍ତ ସଭାରେ ମଞ୍ଚାସୀନ ଅତିଥି ଭାବେ ବୌଦ୍ଧ କେନ୍ଦ୍ରର ସଭାପତି ଜୟକୁମାର ଦେହୁରୀ, ସୋନପୂର ମହାକେନ୍ଦ୍ରର ସଭାପତି ରଞ୍ଜନ ମହଲା, ବକଟି କେନ୍ଦ୍ରର ସଭାପତି ଘାସିରାମ ମଲ୍ଲିକ,କଳାହାଣ୍ଡି କେନ୍ଦ୍ରର ସଭାପତି ଦୟାସାଗର ସାହା,
ସମ୍ବଲପୁର କେନ୍ଦ୍ରର ସଭାପତି ମହନ ଦ୍ୱାରୀ,ରାଜ ବୋଡସମ୍ବର କେନ୍ଦ୍ରର ସଭାପତି ପରମାନନ୍ଦ ସାହା, ପ୍ରଗତିଶୀଳ ପଣ୍ଡରା ଯୁବାମଞ୍ଚ ର ସଭାପତି ରଘୁରାଜ ସିଂ ସେନାପତି,ସୋହେଲା କେନ୍ଦ୍ରର ସତ ବାରିକ, ଚୁହାନ ପାଲି ଉପକେନ୍ଦ୍ର ର ଚମରା ଚୁହାନ,ପ୍ରାଦେଶିକ ପଣ୍ଡରା ମହାକେନ୍ଦ୍ରର ମହିଳା ସଦସ୍ୟା ଶ୍ରୀମତୀ ତୃପ୍ତି ଦ୍ଵାରି,କବିତା ସାହୁ ଓ ମୀରା କୁମାରୀ ବିଶି ପ୍ରମୁଖ ମଞ୍ଚାସୀନ ଥିଲେ।ପରିଚାଳନାରେ ସୌକିଲାଲ ସାହା,
କୃଷ୍ଣଚନ୍ଦ୍ର ଚୌହାନ,ସୁରେଶ ଚୌହାନ, କଣ୍ଠେଶ୍ୱର ସାହା,ମୀନକେତନ ଦିଶ୍ରୀ, ଚୌଡଚନ୍ଦ୍ର ମହଲା, କେଶବ ସାହା,ଲିଙ୍ଗରାଜ ସାହା,ଘନଶ୍ୟାମ ବିଶି,ପ୍ରମୁଖ ସହଯୋଗ କରିଥିଲେ।କାର୍ଯ୍ୟକାରିଣୀ ସଭାର ଆୟୋଜକ ର।ଜବୋଡ଼ା ସମ୍ବର କେନ୍ଦ୍ରର ସଭାପତି ଶ୍ରୀ ପରମାନନ୍ଦ ସାହା ଧନ୍ୟବାଦ ଅର୍ପଣ କଲେ।