Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବନ୍ଧନା।

ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବନ୍ଧନା।

କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ସରକାରୀ ମୁକୁନ୍ଧିଳାଲ ଅଗ୍ରୱାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ କୋଦଣ୍ଡଧର ପାଢୀ ଙ୍କୁ ଅବସର ପରେ ବିଦାୟକାଳୀନ ସମ୍ବନ୍ଧନା ଦିଆଯାଇଛି। ରମେଶ ପ୍ରଧାନ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବିଦାୟ ସଭା ବିଧାୟୀ ପ୍ରଧାନ ଶିକ୍ଷକ ଶ୍ରୀ ପାଢୀ ଙ୍କୁ ମୁଖ୍ଯ ଅତିଥି ଆସନ ରେ ବସାଯାଇଥିଲେ। ସମ୍ମାନୀତ ଅତିଥି ଭାବେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପତିଆରୀ, ମାଲେସିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପିତବାସ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝି, ସରପଞ୍ଚ ରଶ୍ମିତା ବାଗ, ପରିଚଳନା କମିଟି ସଭାପତି ରୁକଦେବ ପାଣ୍ଡେ, କୌଲାଶ ଚନ୍ଦ୍ର ଭୋଇ, ରାଜୀବ ଜେନା, ଶିକ୍ଷାବିତ ନରେନ୍ଦ୍ର ସିଂ ମାଝୀ, ପ୍ରମୁଖ ମଞ୍ଚାସିନ ଥିଲେ।

ଶ୍ରୀ ପାଢୀଙ୍କ ଶିକ୍ଷାଦାନ ସମୟର ଅଭୁଲା ମୂହୁର୍ତ୍ତ କୁ ମନେ ପକାଇ ଛାତ୍ର ଛାତ୍ରୀ ଏବଂ ସହ କର୍ମୀ ସମସ୍ତେ ଭାବବିହ୍ବଳ ହୋଇଥିଲେ। ଏହି ସଭାରେ ସରକାରୀ ଶିକ୍ଷକ କିଶୋର କୁମାର ନାଏକ, ଉଧବ ପୁଟେଲ, ଗୋବର୍ଦ୍ଧନ ତାଣ୍ଡି, ରେମେଶ ବିଶି , ଲିପିକାର ବଡରଣା, ଧୌବାଇ ଚରଣ ବିଶି, ଅଲେଖ ମାଝୀ, ବିଶ୍ୱନାଥ ମେହେର, ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!