Monday, November 25, 2024
spot_imgspot_imgspot_img
Homeରାଜ୍ୟପ୍ରଦୀପ ପୁରୋହିତଙ୍କୁ ପଦ୍ମପୁର ନାଗରିକ ପକ୍ଷରୁ ସମ୍ବର୍ଦ୍ଧନା ।

ପ୍ରଦୀପ ପୁରୋହିତଙ୍କୁ ପଦ୍ମପୁର ନାଗରିକ ପକ୍ଷରୁ ସମ୍ବର୍ଦ୍ଧନା ।

ପଦ୍ମପୁର-ଗତ ପ୍ରାୟ ତିନି ପିଢ଼ି ର ସ୍ବପ୍ନ, ସ୍ୱାଧୀନତା ପରର ୭୫ ବର୍ଷ ପରେ ଆଜି ହେବାକୁ ଯାଉଛି ପୁରଣ। ଏବଂ ଏହାର ଶ୍ରେୟ ଦେଇ ବୋଡାସମ୍ବର ମାଟିର ସୁଯୋଗ୍ୟ ସନ୍ତାନ ତଥା ସାଂସଦ ପ୍ରଦୀପ ପୁରୋହି ଙ୍କୁ ଶ୍ରେୟ ଦେଉଛନ୍ତି ଲୋକେ। ଗତ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ଙ୍କ କ୍ୟାବିନେଟ ମଞ୍ଜୁରି ପରେ ପ୍ରାୟ 6 ଟି ନୂତନ ରେଳ ଲାଇନ ପାଇଁ ମିଳିଥିଲା ମଞ୍ଜୁରି। ତେବେ କିନ୍ତୁ ବାଦ ପଡିଯାଇଥିଲା ଦୀର୍ଘ ଦିନ ରୁ ଦାବି ହୋଇ ଆସୁଥିବା ପ୍ରସ୍ତାବିତ ବରଗଡ଼ ନୂଆପଡା ଭାୟା ପଦ୍ମପୁର ରେଳ ଲାଇନ। ତେବେ ଏନେଇ କିନ୍ତୁ ରେଳ ବୋର୍ଡ ତଥା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ଭେଟି ଆଲୋଚନା କରିବା ସହ କେବଳ ଯେ ଲାଇନ କୁ ମଞ୍ଜୁରି ନୁହଁ ବରଂ ଖର୍ଚ୍ଚ ହବାକୁ ଥିବ ସମ୍ପୂର୍ଣ ରାଶି ମୋଟ ୨୯୨୬ କୋଟି ଟଙ୍କା ମଧ୍ୟ ବ୍ୟୟ ଅଟକଳ ପାଇଁ ମଞ୍ଜୁରୀ କରେଇଥିଲେ ସାଂସଦ ପ୍ରଦୀପ ପୁରୋହିତ।

ତେବେ ଏନେଇ ନିଜର ଦୀର୍ଘ ଦିନର ସ୍ବପ୍ନ ପୁରଣ ହେବାକୁ ଯାଉଥିବା ରୁ ଅଞ୍ଚଳବାସୀ ଖୁସି ହୋଇ ପଦ୍ମପୁର ସ୍ଥାନୀୟ ରାଯାଜୀ ଟାଉନ ହଲ ଠାରେ ଏକ ଭବ୍ୟ ସମାରୋହରେ ହଜାର ସଂଖ୍ୟାରେ ଯୋଗ ଦେଇ ସାଂସଦ ପୁରୋହିତ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ସହ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଜନତା ଙ୍କୁ ସମ୍ବୋଧିତ କରି ସାଂସଦ ପ୍ରଦୀପ ପୁରୋହିତ ନିଜର ଅନୁଭୂତି ବର୍ଣ୍ଣନା ସହ ବିରୋଧୀ ନିଜେ କାମ କରୁନାହାନ୍ତି କିନ୍ତୁ କାମ ହେଲେ ସହି ନପାରି ଲୋକଙ୍କୁ ଭୁଆଁ ବୁଲେଇ ବିକାଶ କୁ ଅଟକାଇବା କୁ ଚାହୁଁଛନ୍ତି ଏବଂ ରେଳ ଲାଇନ ଆସିଲେ ଗନ୍ଧମାର୍ଦନ କୁ ବିପଦ ଥିବା ଅପପ୍ରଚାର ସମ୍ପୂର୍ଣ ମିଥ୍ୟା ଅଟେ ରେଳ କେବଳ ଲୋକଙ୍କ ପାଇଁ ଏବଂ ପ୍ରଦୀପ ପୁରୋହିତ ବଞ୍ଚି ରହିଥିବା ପର୍ଯ୍ୟନ୍ତ ଯିଏ ଆସିଲେ ବି ଗନ୍ଧମାର୍ଦନ ର ସୁରକ୍ଷା ଏବଂ ଗୋଟିଏ ଗୋଟିଏ ଇଞ୍ଚ କୁ ବଂଚେଇବା ପାଇଁ ସଂକଳ୍ପବଦ୍ଧ ବୋଲି କହିଥିଲେ।

ଏହା ସହ ପଦ୍ମପୁର ଅଞ୍ଚଳର ଦୀର୍ଘ ଦିନର ଜିଲ୍ଲା ଦାବିକୁ ନେଇ ମଧ୍ୟ କହିଛନ୍ତି ଯେ ଆଗାମି ଦିନରେ ଜଦି ରାଜ୍ୟ ସରକାର ଜିଲ୍ଲା ପୁନର୍ଗଠନ ପାଇଁ ଚିନ୍ତା କରନ୍ତି ତେବେ ପଦ୍ମପୁର ପ୍ରଥମ ଜିଲ୍ଲା ହିସାବରେ ସ୍ଥାପିତ ହବ ଏବଂ ଗତ ସରକାର ଙ୍କ ଛଳନା ଓ ଜିଲ୍ଲା ଗଠନ ର ମିଥ୍ୟା ପ୍ରତିଶ୍ରୁତି କୁ ବିଶ୍ୱାସ କରି ଲୋକେ ଆଜି ଜାଣି ସାରିଲେଣି ଓ ଆଗାମି ଦିନରେ ଏହାର ଉଚ୍ଚିତ ଜବାବ ଦେବେ ବୋଲି ନିଜ ଅଭିଭାଷଣ ରେକହିଥିଲେ ସାଂସଦ ପ୍ରଦୀପ ପୁରୋହିତ। ଏହା ସହ ଜୟ ବୋଡାସମ୍ବର ଜୟ ଗନ୍ଧମାର୍ଦ୍ଦନ ଓ ଜୟ ବାବା ନୃସିଂହନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ସଭା ସ୍ଥଳି।

error: Content is protected !!