Monday, March 9, 2026
Homeରାଜ୍ୟପ୍ରତାପପୁର ସ୍କୁଲରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

ପ୍ରତାପପୁର ସ୍କୁଲରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପ୍ରତାପପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି । ଏଥିରେ ବିଜୁ ପଟ୍ଟନାୟକ ମହିଳା ମହା ବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପିକା ସରସ୍ଵତୀ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହିଳା ଦିବସର ଗୁରୁତ୍ୱ, ସମାଜ ଗଠନରେ ନାରୀର ଅବଦାନ, ଆଜିର ନାରୀ ବିଷୟରେ ଆଲୋଚନା କରିବା ସହିତ ନାରୀମାନଙ୍କୁ ଆଗକୁ ବଢ଼ିବାକୁ ଆହ୍ବାନ କରିଥିଲେ l

ଉକ୍ତ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବରେ ଏୟୁପିଟିଏଫ୍ ର ସଭାପତି ଅନିତା ମେହେର ଯୋଗ ଦେଇ ମହିଳା ଦିବସ ପାଳନର ଇତିହାସ ସହିତ ଅନେକ ମହିୟସୀ ମହିଳାଙ୍କ ଉଦାହରଣ ଦେଇ ମହିଳା ଶଶକ୍ତି କରଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷିନୀ ନନ୍ଦ ସଭାପତିତ୍ବ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସହକାରୀ ଶିକ୍ଷକ ଗୋପେଶ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ନୃତ୍ୟ ପରିବେଷଣ ଓ ଶ୍ରୀମଦ୍ଭାଗବଦ୍ ଗୀତା ପଠନ କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ବିଦ୍ୟାଳୟ କ୍ୟାବିନେଟର ମୁଖ୍ୟମନ୍ତ୍ରୀ ଶୁଭମ ଆଡଯୁଆଡ଼ି ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!