Saturday, March 7, 2026
Homeରାଜ୍ୟପ୍ରକାଶିତ ହେଲା ସିବିଏସସି ପରୀକ୍ଷା ଫଳ: ପରୀକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ କଲେ ଆଇନଜୀବୀ ।

ପ୍ରକାଶିତ ହେଲା ସିବିଏସସି ପରୀକ୍ଷା ଫଳ: ପରୀକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ କଲେ ଆଇନଜୀବୀ ।

ପଦ୍ମପୁର-ବହୁଚର୍ଚ୍ଚିତ ପଦ୍ମପୁର ଉପଖଣ୍ଡରେ ପ୍ରକାଶ ପାଇଛି ସିବିଏସସି ପରୀକ୍ଷା ଫଳ। ମୋଟ ୧୧୮୫ ଜଣଙ୍କ ମଧ୍ୟରୁ ୩୦୦ କୃତକାର୍ଯ୍ୟ ହୋଇଥିବା ବେଳେ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୮୫ ଜଣଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି। ଏ ନେଇ ପଦ୍ମପୁର ଆଇନଜୀବୀ ଅଜିତ ଶତପଥୀ ପ୍ରଶ୍ନ କରିଛନ୍ତି। ଶତପଥୀ କହିଛନ୍ତି, ସିବିଏସଇ କର୍ତ୍ତୃପକ୍ଷ ଯଦି ପରୀକ୍ଷା ସମୟରେ ଅସାଧୁ ଉପାୟ ଅବଲମ୍ବନ କରାଯାଉଛି ବୋଲି ଅବଗତ ଥିଲେ ତା ହେଲେ ପର୍ଯ୍ୟବେକ୍ଷକ ମାନେ ରିପୋର୍ଟ ପ୍ରଦାନ କଲା ପରେ ତତକ୍ଷଣାତ କାହିଁକି ପଦକ୍ଷେପ ନେଲେ ନାହିଁ? ଯଦି ସିସିଟିଭି ଲଗା ଯାଇନି ତା ହେଲେ ସିବିଏସଇ କାହିଁକି ପରୀକ୍ଷା କେନ୍ଦ୍ର କରାଯିବାକୁ ସୁପାରିଶ କରି ପରୀକ୍ଷା କରାଇଲେ?

ଯଦି କେନ୍ଦ୍ରର ଅଧିକାରୀ ଅସାଧୁ ଉପାୟ ଅବଲମ୍ବନ କରିବାକୁ ସୁଯୋଗ ଦେଇଥିଲେ ତାହେଲେ ପର୍ଯ୍ୟବେକ୍ଷକ ଓ ଫ୍ଲାୟିଙ୍ଗ ସ୍କ୍ବାର୍ଡ କିପରି ଭାବରେ ଅବଗତ ହେଲେ ନାହିଁ? ଯଦି ଏତେ ସବୁ ଅସଙ୍ଗତି ଥିଲା ତା ହେଲେ ସମସ୍ତଙ୍କର ପରୀକ୍ଷାଫଳ ବାହାରିବା ସମୟରେ ଏହି ୬ଟି ସ୍କୁଲ୍‌ର ମଧ୍ୟ ପରୀକ୍ଷା ଫଳ କାହିଁକି ବାହାର ନ କରି ଏତେ ଦିନ ପର୍ଯ୍ୟନ୍ତ ଝୁଲାଇ ରଖାଗଲା ଓ କୋମଳମତି ଛାତ୍ରୀଛାତ୍ରଙ୍କୁ ଏତେ ଦିନ ପର୍ଯ୍ୟନ୍ତ ମାନସିକ ଦୁଶ୍ଚିନ୍ତାରେ ଛଟପଟ କରାଗଲା। ଏଥିରେ ପରୀକ୍ଷାର୍ଥୀ ମାନଙ୍କ କଣ ଭୁଲ?

ବର୍ତ୍ତମାନ ଏହି ସବୁ ପ୍ରଶ୍ନ ସିବିଏସଇ କର୍ତ୍ତୃପକ୍ଷ ସ୍ପଷ୍ଟ କରିବା ଦରକାର। ବିଳମ୍ବରେ ନିରାଶା ଜନକ ପରୀକ୍ଷାଫଳ ପ୍ରକାଶ କରିବାରେ ଏକ ବଡ଼ ଷଡଯନ୍ତ୍ର ଅଛି ଏବଂ ବହୁତ ପ୍ରଭାବଶାଳୀ ବ୍ୟକ୍ତି /ବ୍ୟବସାୟୀଙ୍କ ହାତ ଅଛି। ଯଦ୍ୱାରା ଆଜି ଶହ ଶହ ଛାତ୍ରୀଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ। ଏଥି ପାଇଁ ସମ୍ପୃକ୍ତ ବ୍ୟକ୍ତି ବିଶେଷ, ଅଧିକାରୀ ଓ ରାଜନେତାଙ୍କୁ ଇତିହାସ କେବେ କ୍ଷମା ଦେବ ନାହିଁ। ଅଞ୍ଚଳବାସୀ ମଧ୍ୟ ଉପଯୁକ୍ତ ଜବାବ ଦେବେ ବୋଲି ଶତପଥୀ କହିଛନ୍ତି ।

error: Content is protected !!