Saturday, March 7, 2026
Homeଅଘଟଣପୁର୍ବତନ ସରପଞ୍ଚଙ୍କ ବିୟୋଗ ।

ପୁର୍ବତନ ସରପଞ୍ଚଙ୍କ ବିୟୋଗ ।

ବରପାଲି-ବରପାଲି ବ୍ଲକ ଅଇଁଠାପାଲି ଲେଣ୍ଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ନାରାୟଣ ସାହୁଙ୍କ ୭୫ବର୍ଷ ବୟଷରେ ପରଲୋକ ହୋଇଯାଇଛି। ତାଙ୍କର ବିୟୋଗ ସମାଚାର ପ୍ରସାରଣ ପରେ ଅଞ୍ଚଳ ତଥା ଗ୍ରାମରେ ଏକ ଶୋକର ଛାୟା ଖେଳି ଯାଇଥିଲା। ନାରାୟଣ ବାବୁ ଜଣେ ନିଷ୍ଠାପର ସହୃଦୟ ବ୍ଯକ୍ତି ଭାବରେ ସମସ୍ତଙ୍କର ଆପାଣାର ହୋଇପାରିଥିଲେ।

ବରପାଲି ସମବାୟ ସମିତି ସଭାପତି ରୂପେ କାର୍ଯ୍ୟ କରିଥିବା ବେଳେ ସରପଞ୍ଚ ରହିଥିବା ସମୟରେ ବହୁ ବିକାଶମୂଳକ କାର୍ଯ୍ଯକ୍ରମ କରିଥିଲେ। ସେଜଣେ ପରୋପକାରୀ ହେବା ସହିତ ମେଳାପୀ, ସୁସଂଗଠକ, ସମାଜସେବକ,ଧର୍ମ ପରାୟଣ ବ୍ୟକ୍ତି ଭାବେ ଖ୍ଯାତି ରହିଥିଲା। ତାଙ୍କର ଅନ୍ତିମ ମୁହୁର୍ତ୍ତରେ ଏକମାତ୍ର ପୁତ୍ର, ପୁତ୍ର ବଧୂ, ଚାରି ଝିଅ, ଚାରି ଜ୍ୱାଇଁ ନାତି ନାତୁଣୀ ଶତାଧିକ ଗ୍ରାମବାସୀ ତଥା ବନ୍ଧୁବର୍ଗ ଉପସ୍ଥିତ ରହିଥିଲେ। ତାଙ୍କ ପୁଅ ହୃଷିକେଶ ସାହୁ ମୁଖାଗ୍ନି ଦେଇଥିଲେ।

error: Content is protected !!