ବରପାଲି-ବରପାଲି ସରକାରୀ ଉଚ୍ଚବିଦ୍ଯାଳୟ ଫୁଟବଲ ଖେଳପଡିଆରେ ସ୍ବାଧିନତା ଦିବସ ଅବସରରେ ଏକ ପଦର୍ଶନୀ ଫୁଟବଲ ଖେଳ ଆୟୋଜିତ ହୋଇଯାଇଛି। ଗୁରୁବାର ଅପରାହ୍ନରେ ପୁରାତନ ଫୁଟବଲ ଏସୋସିଏସନ ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମରେ ମୂଖ୍ଯଅତିଥି ପୁର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦାର ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଏନଏସି ଅଧ୍ଯକ୍ଷ ଦିନେଶ ଗହିର, ଜମିଦାର ଲାଲ ବିକ୍ରମ ସିଂଦେଓ,ପୁର୍ବତନ କ୍ରିଡାଶିକ୍ଷକ ମୁରଲି ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବରପାଲି ଅଞ୍ଚଳର ଦଶଜଣ ପୁରାତନ ଖେଳାଳୀ ବିଜୟ ତ୍ରିପାଠୀ, ପୂର୍ଣ୍ଣଚନ୍ର୍ଦ ସ୍ବାମିନୀ, ଗାଗାରିନ ମିଶ୍ର, ଗୋପେନ୍ର୍ଦ ସାହୁ, ରସାନନ୍ଦ ଥପା, ମନମୋହନ ସ୍ବାଇଁ, ଗୌରହରି ନାଗ, ବଳରାମ ମହାରଣା, ଶେଷଦେବ ତାଣ୍ଡେଲ ଓ କହ୍ନେଇଲାଲ ସାହୁ ପ୍ରମୁଖ ଅତିଥି ମାନଙ୍କ ଦ୍ବାରା ଉତ୍ତରିୟ ଓ ମାନପତ୍ର ପ୍ରଦାନ ମାଧ୍ଯମରେ ସମ୍ମାନିତ ହୋଇଥିଲେ। ପୁର୍ବତନ ବିଶିଷ୍ଟ କ୍ରିଡାବିତ ସଂଘ ସଭାପତି ମେଘନାଦ ମିଶ୍ରଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।
ପୁର୍ବତନ କ୍ରିଡାଶିକ୍ଷକ ରସାନନ୍ଦ ଥପାଙ୍କ ସଂଯୋଜନାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ସମ୍ପାଦକ ବିଶ୍ବମୋହନ ମହାପାତ୍ର ସ୍ବାଗତ ଜଣାଇବା ସହ କାର୍ଯ୍ଯକ୍ରମ ସମ୍ବନ୍ଧରେ ଅବଲୋକନ କରିଥିଲେ। ପରେ ପ୍ରତି ବର୍ଷ ପରି ଏକ ବନ୍ଧୁତ୍ବପୁର୍ଣ୍ଣ ଫୁଟବଲ ଖେଳ ଜୁଲଟ ଏକାଦଶ ଏବଂ ବରପାଲି ଏକାଦଶ ମଧ୍ଯରେ ଖେଳ ହୋଇଥିଲା। ଅତିଥି ମାନେ ବିଗତ ଦିନରେ ଅଞ୍ଚଳର କ୍ରିଡା ଓ କ୍ରିଡାବିତ ମାନଙ୍କ ପାରଙ୍ଗତା ଏବଂ ମାଟିର ଗୌରବ ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ଆଗାମି ଦିନରେ କ୍ରିଡାର ବିକାଶ ଦିଗରେ ସମସ୍ତଙ୍କୁ ତତ୍ପର ହେବା ଆମ ସମସ୍ତଙ୍କର ଲକ୍ଷ ରହିବା କଥା ବୋଲି କହିଥିଲେ। ଅତିଥି ମାନଙ୍କ ଗହଣରେ ପୁରାତନ ଖେଳାଳି ମାନଙ୍କୁ ନେଇ ଏକ ଫୁଟବଲ ଖେଳ ଖେଳା ଯାଇଥିଲା। ରସାନନ୍ଦ ଥପା ଧନ୍ଯବାଦ ଅର୍ପଣ କରିଥିଲେ। ସଭାରେ ପୁରାତନ ବରିଷ୍ଠ ଖେଳାଳୀ ମାନଙ୍କ ସମେତ ବରିଷ୍ଠ ଓ ଯୁବ ଖେଳାଳୀ ମାନେ ଯୋଗ ଦେଇଥିଲେ।