Saturday, March 7, 2026
Homeରାଜ୍ୟପୁରାତନ ଛାତ୍ରସଂଘ ବନ୍ଧୁ ମିଳନତ୍ସବ ।

ପୁରାତନ ଛାତ୍ରସଂଘ ବନ୍ଧୁ ମିଳନତ୍ସବ ।

ବରପାଲି-ବରପାଲି ବ୍ଳକ ସତଲମା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ ର ଏକ ବନ୍ଧୁମିଳନ ଉତ୍ସବ ବିଦ୍ୟାଳୟ ପରିସର ରେ ହୋଇଯାଇଛି। ଛାତ୍ର ସଂଘ ସଭାପତି ଡ଼.ଘନଶ୍ୟାମ ପାଣଗ୍ରାହୀଙ୍କ ସଭାପତିତ୍ଵ ରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଗଣେଶ ଦେବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପୂଜାର୍ଚ୍ଚନା ପରେ ସ୍କୁଲ ପ୍ରାକ୍ତନ ଶିକ୍ଷକ ଗଣେଶ ରାମ ପଧାନ ଓ ପ୍ରାକ୍ତନ ପ୍ରଧାନଶିକ୍ଷକ ବନ ବିହାରୀ ଦାସ ଙ୍କ ବିୟୋଗ ରେ ଏବଂ ଦିବଂଗତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସଂଘ ସମ୍ପାଦକ ରଘୁନାଥ ବିଶି ବିବରଣୀ ପଠନ କରିଥିବା ବେଳେ କାର୍ଯକାରୀ ସମ୍ପାଦକ ସରୋଜ କୁମାର ସାହୁ ସ୍ଵାଗତ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ସଭାରେ ଡ଼. ଦଶରଥ ପାତ୍ର ,ଡ଼. ଶୁକଦେବ ସାହୁ ଉପ ସଭାପତି,ଅନିରୁଦ୍ଧ ବେହେରା , ପ୍ରଧାନ ଶିକ୍ଷକ ଡୋଳାମଣି ପଟେଲ ,ଚଞ୍ଚଳ ପଧାନ, ଭିକାରୀ ଚରଣ ପଧାନ ,ଫଗୁନୁ ଚାଉଁର, ଓକିଲ ପ୍ରଦୀପ ସାହୁ ,ଜିବର୍ଧନ ପଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଡ଼.ଦଶରଥପାତ୍ର ଓ ରଘୁନାଥ ବିଶି ଙ୍କ ସଂଯୋଜନା ରେ ପୁସ୍ତକ ସତଲ୍ଳମା କୁ ସଭାପତି ଡ. ଘନଶ୍ୟାମ ପାଣିଗ୍ରାହୀ ଉନ୍ମୋଚନ କରି ଥିଲେ। ପରେ ବିଜେପୁର ବିଧାୟକ ସନତ କୁମାର ଗଡତୀୟା ସ୍କୁଲର ସମସ୍ୟା ପଚାରି ବୁଝି ସମସ୍ୟା ର ସମାଧାନ ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ପରିଶେଷରେ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!