Saturday, March 7, 2026
Homeରାଜନୀତିପୁଝାରୀପାଲି ଅଙ୍ଗ ବନ୍ଧ ସପକ୍ଷବାଦୀ ବିଧାୟକ ପାର୍ଥି ଗୋବର୍ଧନ ଭୁଏଙ୍କୁ ବୁଡି ଅଞ୍ଚଳ ମନା।

ପୁଝାରୀପାଲି ଅଙ୍ଗ ବନ୍ଧ ସପକ୍ଷବାଦୀ ବିଧାୟକ ପାର୍ଥି ଗୋବର୍ଧନ ଭୁଏଙ୍କୁ ବୁଡି ଅଞ୍ଚଳ ମନା।

ପଦ୍ମପୁର-ପ୍ରସ୍ତାବିତ ପୂଝରୀପାଲି ଅଙ୍ଗନଦୀ ବନ୍ଧ ଯୋଜନା ରେ ସମ୍ପୂର୍ଣ ନିମଗ୍ନ ହେବାକୁ ଥିବା ଲଖମରା ଗ୍ରାମରେ ଆଜି ଅପରାହ୍ନ ରେ ପ୍ରୋକ୍ତ ନଦୀବନ୍ଧ ସପକ୍ଷ ବାଦୀ ନେତା ଙ୍କୁ ଅନୁପ୍ରବେଶ ନେଇ ଗ୍ରାମବାସୀ ଏକ ବିରାଟ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରିଥିଲେ l ବର୍ତମାନ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ବିଧାୟକ ପାର୍ଥୀ ପାଇଁ ବିଜେପି ଦଳ ଗୋବର୍ଦ୍ଧନ ଭୁଏ ଙ୍କୁ ଟିକେଟ ମିଳିଛି l ଶ୍ରୀଯୁକ୍ତ ଭୁଏ ଅତୀତ ରେ ପୂଝରୀପାଲି ଅଙ୍ଗ ନଦୀବନ୍ଧ ଯୋଜନା ର ସପକ୍ଷ ରେ ନେତୃତ୍ୱ ନେଇ ସରକାରଙ୍କୁ ଚାପ ପକାଇ ଆସୁଥିଲେ l ଯତଦ୍ୱାରା ଏହି ଡ୍ୟାମ ରେ ନିମଗ୍ନ ହେବାକୁ ଥିବା ବତିଶ ଖଣ୍ଡ ଗ୍ରାମ ରେ ନଦୀବନ୍ଧ ବିରୋଧ ର ସ୍ୱର ଉଠିବା ସହ ଦୀର୍ଘ ବର୍ଷ ଧରି ବୁଡି ଅଞ୍ଚଳ ବାସୀ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ l ଯାହାକି ଅଦ୍ୟାବଧି ଏ ଅଂଚଳରେ ବିସ୍ତାପିତ ର କୋକୁଆ ଭୟ ସୃଷ୍ଟି କରୁଛି l ଗୋବର୍ଦ୍ଧନ ଭୁଏ ନିଜେ ଏହି ନଦୀ ବନ୍ଧ ଯୋଜନାକୁ ପ୍ରାଣ ଥିବା ପର୍ଯ୍ୟନ୍ତ ସପକ୍ଷ୍ୟ ରେ ରହିଛନ୍ତି ବୋଲି ଅଂଚଳବାସୀ ଦୃଢୋକ୍ତି ପ୍ରକାଶକରିଛନ୍ତି l

ସେହି ଲୋକଙ୍କୁ ଭୋଟ ତ ଦେବା ଦୂରର କଥା ବୁଡି ଅଞ୍ଚଳ କୁ ମନା ବୋଲି ଏଠାକାର ଜନସାଧାରଣ ରେ ବିରୋଧ ଭାଷ ତୀବ୍ରତର ହୋଇଛି l ବିଜେପି ଦଳ ରୁ ଉକ୍ତ ବ୍ୟକ୍ତି ଙ୍କ ନାମ ଘୋଷଣା ଠାରୁ ପୂଝରୀପାଲି ଅଙ୍ଗ ନଦୀବନ୍ଧ ପ୍ରତିରୋଧ କମିଟି ର ସମସ୍ତ କର୍ମକର୍ତ୍ତା ଙ୍କ ତତ୍ତାବଧାନ ବୁଡି ଅଂଚଳ ର ସମସ୍ତ ଗ୍ରାମରେ ଗୋବର୍ଦ୍ଧନ ମୁର୍ଦାବାଦ ନାରା ତୀବ୍ରତର ହେଉଛି l ଆଜିର ଏହି ରେଲି ରେ ବିରୋଧ କମିଟି ର ଉପସଭାପତି ସୁଶାନ୍ତ ସାହୁ, ସମ୍ପାଦକ ଆଇନଜୀବୀ କେଶବ ସାହୁ, ମଧୁସୂଦନ ଦାଶ, ରମାକାନ୍ତ ମିଶ୍ର, ସପ୍ତ ଲାଲ ଝଗରା, ସରପଞ୍ଚ ସୁବାସ ଝଗରା, ରାକେଶ ଦନ ସେନା, ପାନଲାଲ ନାଏକ, ପ୍ରଭାତ ସାହୁ,ଜଳଧରବରିହା, ଦୋଳମଣୀ ସାହୁ, ବିକାଶ ସାହୁ ପ୍ରମୁଖ ନେତୃତ୍ୱ ନେଇ, ବିରୋଧୀ ରାଲି କୁ ସମ୍ବୋଧିତ କରିଥିଲେ l ଆସନ୍ତା କାଲି ସମ୍ବଲପୁରୀ ଗ୍ରାମରେ ପୁଣି ଏକ ଗୋବର୍ଦ୍ଧନ ବିରୋଧୀ ପ୍ରତିବାଦ ସଭା ଅନୁଷ୍ଠିତ ହେବ ଓ ପରବର୍ତ୍ତୀ ସମୟରେ ଏହା ସମସ୍ତ ବୁଡି ଅଂଚଳ ରେ ଶତପ୍ରତିଶତ ସଫଳ ହେବ ବୋଲି ଏଠାକାର ଜନସାଧାରଣ ତଥା ନଦୀବନ୍ଧ ପ୍ରତିରୋଧ କମିଟି ପ୍ରକାଶ କରିଛି l

error: Content is protected !!