Saturday, March 7, 2026
Homeରାଜ୍ୟପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଉଦୟମାନ ପ୍ରଯୁକ୍ତି ଶିବିର ।

ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଉଦୟମାନ ପ୍ରଯୁକ୍ତି ଶିବିର ।

ପଦ୍ମପୁର -ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ଠାରେ ଉଦୟମାନ ପ୍ରଯୁକ୍ତି (Emerging Technology) ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ବହୁ ସଂଖ୍ୟାରେ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ସର୍ବେଶ୍ୱର ତ୍ରିପାଠୀ, District Lead Coordinator, OKCL ଙ୍କ ନେତୃତ୍ୱରେ ଏହି ଶିବିର ସଫଳତାର ସହିତ ଆୟୋଜିତ ହୋଇଥିଲା।ଦେବଦତ୍ତ ବିର୍ତ୍ତିଆ, ଏହି ଶିବିରର ସମନ୍ୱୟକ (କ୍ୟାମ୍ପ କୋଓର୍ଡିନେଟର) ଥିଲେ।

ଏହି ଶିବିରର ଭୀଷ୍ମଦେବ ସାହା (କୃତ୍ରିମ ବୁଦ୍ଧିମତା – AI) ଅରବିନ୍ଦ ପାଣିଗ୍ରାହୀ (ସାଇବର ସୁରକ୍ଷା), ରମଣ କୁମାର ସାହୁ (IoT ଓ ରୋବୋଟିକ୍ସ) ପ୍ରଶିକ୍ଷଣ ଦେଇଥିଲେ । ଏହି ଶିବିର ଛାତ୍ରୀମାନଙ୍କ ପାଇଁ ଆଧୁନିକ ପ୍ରଯୁକ୍ତି ସମ୍ପର୍କରେ ଜ୍ଞାନ ଓ ସଚେତନତା ବୃଦ୍ଧିରେ ଉପକାରୀ ।କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

error: Content is protected !!