
ପଦ୍ମପୁର-ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ସମସ୍ତ ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ନାରୀ ଶିକ୍ଷା ପାଇଁ ନଗର ପରିକ୍ରମା କରିଥିଲେ ଏବଂ ଛାତ୍ରୀ ମାନେ ପଥ ପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଉକ୍ତ ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପହଣ୍ଡି ବିଜୟ ମେହେର ସଭାପତିତ୍ବ କରିଥିଲାବେଳେ ପଦ୍ମପୁର ଏସ.ଡି.ଜେ.ଏମ୍ ଧୃବୀ ସୋଲଙ୍କି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ସମାଜସେବୀ ନିରୋଜ ଦୋରା ଏବଂ ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ ଦାଶ ଯୋଗ ଦେଇଥିଲେ।

ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ। ବାଳିକା ଦିବସ ଉପଲକ୍ଷେ ଅନୁଷ୍ଠିତ ପ୍ରତିଯୋଗିତା ଗୁଡିକରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ରବିନା ପଧାନ ସଭା ପରିଚାଳନା କରିଥିଲେ ଏବଂ ପୂଜାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ମନୀଷା ଭୋଇ,ବୃନ୍ଦାବତୀ ସାହୁ,ଅମନ୍ କୁମାର ପଣ୍ଡା,ଜ୍ୟୋତିରେଖା ମହାନନ୍ଦ,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର,ନିଳୀମା ରାଣୀ ମହାନ୍ତି,ସୁଷମା ଦାଶ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର,ପ୍ରଭାସିନୀ ସାହୁ ସହଯୋଗ କରିଥିଲେ ।


