Saturday, April 19, 2025
spot_imgspot_imgspot_img
Homeରାଜ୍ୟପାହାଡଶ୍ରୀଗିଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ।

ପାହାଡଶ୍ରୀଗିଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ୍ ପାହାଡ଼ଶ୍ରୀଗିଡ଼ା ଲାଲ୍ ଡୋଲେଶ୍ୱର୍ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ବିଦ୍ୟାଳୟ ପୋଷାକ ବିତରଣ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳ କୁମାର ସେଟ୍ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତାବିରା ବ୍ଲକ୍ ର ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ଦାସ, ସମ୍ମାନିତ ଅତିଥି ଭାବେ ପାହାଡ଼ଶ୍ରୀଗିଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋକ ଶ୍ରୀ ଜୟଦେବ ନାଏକ , ପିଠାପୋଟଳ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ କିଚକ୍ ସୁନା , ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତି ସୌଦାମିନୀ ସାହୁ ,

ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀମତି ତପସ୍ଵିନୀ ମେହେର ସମେତ ଅନ୍ୟ ସଭ୍ୟ ସଭ୍ୟା ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ । ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତି ସୌଦାମିନୀ ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଶ୍ରୀମତି ପୁଷ୍ପାଞ୍ଜଳି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟତ୍ରୀ ଶ୍ରୀମତି ପ୍ରଭାତୀ ପ୍ରଧାନ, ଗୀତାଞ୍ଜଳି ରାଏ, ଚାନ୍ଦିନୀ ମାଝୀ, ଶିକ୍ଷକ ଶ୍ରୀ ଦେବାନନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

error: Content is protected !!