Saturday, March 7, 2026
Homeରାଜ୍ୟପାଲଝାର କୃଷି ବିଜ୍ଞାନ କେନ୍ଦ୍ରରେ ଜାତୀୟ କୃଷକ ଦିବସ ପାଳିତ ।

ପାଲଝାର କୃଷି ବିଜ୍ଞାନ କେନ୍ଦ୍ରରେ ଜାତୀୟ କୃଷକ ଦିବସ ପାଳିତ ।

ବୌଦ୍ଧ(ନବ କିଶୋର ମେହେର)-ବୌଦ୍ଧ ଜିଲ୍ଲା ପାଲଝାର କୃଷି ବିଜ୍ଞାନ କେନ୍ଦ୍ରର ଜାତୀୟ ଉଦ୍ୟାନ କୃଷି ଗବେଷଣା ଓ ଉନ୍ନୟନ କେନ୍ଦ୍ର ଠାରେ ଭାରତୀୟ ଯଶସ୍ବୀ କୃଷି ମନ୍ତ୍ରୀ ଶିବରାଜ ସିଂହ ପାଟିଲଙ୍କ ସହିତ ଆଭାସୀ ମାଧ୍ୟ୍ୟମରେ ଜାତୀୟ କୃଷକ ଦିବସ ତଥା କୃଷକ ସମ୍ମାନ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ମୁଖ୍ୟ ବୈଜ୍ଞାନିକ ତପନ କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଜାତୀୟ କୃଷି ଗବେଷଣା ଓ ଉନ୍ନୟନ କେନ୍ଦ୍ରର ଯୁଗ୍ମ ନିର୍ଦେଶକ ଡଃ ସତେନ୍ଧୁ ସିଂହ କୃଷକ ଭାଇ ଭଉଣୀ ମାନଙ୍କୁ ପିଆଜ ଚାଷ ବିଷୟରେ ଉଦବୋଧନ ଦେଇଥିଲେ l

ଏହି କାର୍ଯ୍ୟକ୍ରମରେ ଚାଷୀ ସାଧନା ବାରିକ, ପୂର୍ଣ୍ଣଚନ୍ଦ୍ର ସାହୁ, ମନୋଜ କୁମାର ପ୍ରଧାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା l କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସସ୍ମିତା ପାଳ ଜାତୀୟ ଛତୁ ଦିବସ ଉପଲକ୍ଷେ ଛତୁ ଚାଷ ଉପରେ ତାଲିମ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ବୈଜ୍ଞାନିକ ଡଃ ମୟୂରୀ ସିଂ ସର୍ଦାର ଏବଂ ସମାପିକା ଦଳାଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟତା କରିଥିଲେ l ଶେଷରେ ବୈଜ୍ଞାନିକ ଡଃ କବିତା ମିଶ୍ର, ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!