
ସାହାଜପାଲ(ସୁଶାନ୍ତ ଘଡେଇ)-ସରକାରଙ୍କ ଅନେକ ଯୋଜନା ଥିଲେ ମଧ୍ୟ ତାହା କୌଣସି କାମକୁ ନାହିଁ। ଏହିଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମରେ। ଏହି ଗ୍ରାମର ପାନବୁଡି ଭୋକ୍ତା ବୟସ ୮୧ ରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ୩୫୦୦ଟଙ୍କା ବଦଳରେ ଆଜିବି ସେ ବୃଦ୍ଧା ମହିଳା ୧୦୦ ଟଙ୍କା ପାଉଛନ୍ତି। ବୃଦ୍ଧା ବୟସରେ ୩୫୦୦ ଟଙ୍କା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗଲେଣି ହେଲେ ଅଧିକାରୀ ଓ ଵିଏସଓ ଚୁପ ରହିଛନ୍ତି କାହିଁକି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଯିଏ ଭତ୍ତା ସେକ୍ସନ ରେ ହାତଗୁଂଜା ନ ଦେଉଛି ତାହାହେଲେ କିଛି କାମଦେଉନି। ଏ ଦିଗରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ବ୍ଲକ କାର୍ଯ୍ୟାଳୟ କୁ କାଗଜ ପତ୍ର ପଠାଉଛନ୍ତି ହେଲେ ବ୍ଲକ କାର୍ଯ୍ୟାଳୟରେ ଉପରକୁ ପଠାଇଥିବା କହୁଛନ୍ତି। ତୁରନ୍ତ ଏଦିଗରେ ଜିଲ୍ଲାପାଳ ଓ ରାଜ୍ୟ ସରକାର ନଜର ଦେବାପାଇଁ ହେଉଛି ଦାବି।



