Tuesday, February 4, 2025
spot_imgspot_imgspot_img
Homeରାଜ୍ୟପାଇକମାଳ ବ୍ଲକ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ଯରେ ଦାବୀପତ୍ର...

ପାଇକମାଳ ବ୍ଲକ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ଯରେ ଦାବୀପତ୍ର ପ୍ରଦାନ।

ପାଇକମାଲ- ପାଇକମାଲ ବ୍ଲକର ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନେ ପାଇକମାଳ ବିଡ଼ିଓ ଙ୍କ ଜରିଆରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ୫ଦଫା ଦାବୀ ପତ୍ର ପ୍ରଦାନକରିଛନ୍ତି । ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ଏକ ବିରାଟ ଶୋଭାଯାତ୍ରା ନୃସିଂହନାଥ ଧର୍ମଶାଳାରୁ ବାହାରି ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ସେଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଚାଲିଥିବାରୁ ଗୋଟିଏ ଦାବୀପତ୍ର ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରିଥିଲେ। ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ବିଭାଗ ପକ୍ଷରୁ ଜାରି କରାଯାଇଥିବା GPLF EC ସ୍ତରରେ ରିଷ୍ଟ୍ରକ୍ଟରିଂ ପାଇଁ ନିର୍ଦ୍ଦେଶାନାମା ଓ ନୂଆଗାଇଡ ଲାଇନ କୁ ପ୍ରତ୍ୟାହାର କରିବା,

ମିଶନ ଶକ୍ତି ଅଧିନସ୍ଥ ଓଡ଼ିଶା ଜୀବିକା ମିଶନ ର ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ (GPLF) ରେ EC ଭାବେ କାର୍ଯ୍ୟରତ ମହିଳା EC ସଦସ୍ୟା ଙ୍କ କାର୍ଯ୍ୟକାଳ ର ସମୟସୀମା ବୃଦ୍ଧି କରାଯିବା, ମିଶନ ଶକ୍ତି ବିଭାଗ ର ସ୍କୃଟି ଋଣ ଯୋଜନା ର ସର୍ତ୍ତାବଳୀ ଅନୁଯାୟୀ ୪୮ ଗୋଟି କିସ୍ତି ମଧ୍ୟରୁ ୧୨ ଗୋଟି କିସ୍ତି ଦେୟ ହୋଇଥିବା ବେଳେ ବାକି କିସ୍ତି ଗୁଡ଼ିକ ସମ୍ପର୍କରେ ସରକାର ବିଚାର କରିବା, ମିଶନ ଶକ୍ତି ଅଧିନସ୍ଥ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟରତ

ଏହି ମହିଳା ଇସି କର୍ମୀଙ୍କୁ ସାମାଜିକ ନିରାପତ୍ତା ଓ କାର୍ଯ୍ୟକାଳ ସମୟରେ ଦୁର୍ଘଟଣା ଜନିତ ବିମା ଯୋଜନା ପ୍ରଦାନ କରାଯିବା ସହ ବାକୀୟା ଦରମା ପ୍ରଦାନ କରାଯିବା ଆଦି ୫ଦଫା ଦାବୀ ନେଇ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କୁ ପାଇକମାଳ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ ଜରିଆରେ ପ୍ରଦାନ କରିଥିଲେ। ହଜାର ହଜାର ସଂଖ୍ୟାରେ ମହିଳା ମାନେ ଏକତ୍ରିତ ହୋଇ ତାଙ୍କ ହକ ଦାବୀ ହାସଲ ନିମନ୍ତେ ବିରାଟ ରାଲିରେ ଆସି ଦାବୀପତ୍ର ପ୍ରଦାନ କରିବା ସହ ଚେତାବନୀ ଦେଇଛନ୍ତି।

error: Content is protected !!