Sunday, March 8, 2026
Homeରାଜ୍ୟପାଇକମାଳ ନୂତନ ବିଇଓ ଭାବେ ଅଦନ ସୁନାଙ୍କ ଯୋଗଦାନ ।

ପାଇକମାଳ ନୂତନ ବିଇଓ ଭାବେ ଅଦନ ସୁନାଙ୍କ ଯୋଗଦାନ ।

ପଦ୍ମପୁର-ପାଇକମାଳ ବ୍ଲକରେ ନୂତନ ବିଇଓ ଭାବେ ଅଦନ ସୁନା ଯୋଗଦାନ କରିଛନ୍ତି । ତାଙ୍କୁ ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଭାରପ୍ରାପ୍ତ ବିଇଓ ଶୁଭମ୍ ପତି ଏବିଇଓ ରାଧେଶ୍ୟାମ ମେହେର, ଦୟାନିଧି କୈବର୍ତ୍ତ,ସିଆରସିସି ଉଗ୍ରସେନ ପ୍ରଧାନ, ରଞ୍ଜନ ବାଗ, ବିଜୟ କୁମାର ସ୍ୱାଇଁ, ଶିକ୍ଷକ ଅଶୋକ ସାହୁ, ସୁଶାନ୍ତ ସାହୁ ନିମାଇଁ ସ୍ବାଇଁ, ଲବଙ୍ଗ ଲତା ନାଗ ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ୱାଗତ ଜଣାଇଛନ୍ତି ।

ଶ୍ରୀ ସୁନା ଏହା ପୂର୍ବରୁ ସିନିଅର ଏସଇଏସ ପ୍ରଧାନ ଶିକ୍ଷକ ଜନତା ନୋଡାଲ ହାଇସ୍କୁଲ ଗୋଡଭଗାରେ କାର୍ଯ୍ୟ କରିଥିବା ବେଳେ ପାଇକମାଳ ବ୍ଲକର ପୂର୍ବ ବିଇଓ ଚୂଡ଼ାମଣି ବାରିକ ଖପ୍ରାଖୋଲକୁ ବଦଳି ପରେ ଝାରବନ୍ଧ ବିଇଓ ଶୁଭମ୍ ପତି ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ। ନୂତନ ଦାୟିତ୍ବ ଗ୍ରହଣ କରିଥିବା ବିଇଓ ଶ୍ରୀ ସୁନା ପାଇକମାଳ ବ୍ଳକର ଶିକ୍ଷାର ଅଗ୍ରଗତି ପାଇଁ ସମସ୍ତେ ସଂଗଠିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

error: Content is protected !!