ପଶ୍ଚିମ ଓଡ଼ିଶାର୍ ଛୁଆକର୍ ସବୁ ଖେଲ୍ ଭିତରେଁ ଇ ଭଙ୍ଗା ଚୁରୀ ଗୁଟେ ଟୁକେଲ୍ ଛୁଆମାନକର୍ ଖେଲ୍ ଆଏ।ଇ ଖେଲ୍କେ ଦୁଇ ଝନ୍ନୁ ମୁଲ୍ କରି ଆଗକେ ଯେତେ ଝନ୍ ଖେଲ୍ଲେଁ ଚଲସି। କିନ୍ତୁ ପ୍ରାଏ ଦୁଇ ଝନ୍, ତିନ୍ ଝନ୍ ଇ ଖେଲ୍ ଖେଲ୍ଲେଁ ଜହ ମଜା ଅଛେ। ପହେଲା ଯେନ୍ମାନେ ଇ ଖେଲବାର୍କେ ଯିବେ ସେମାନେ କିସମ୍ କିସମ୍ ରଙ୍ଗିନ୍ କାଚର୍ ଚୁରି ପଟ୍ଦୁକେ ଠୋଲ୍ କରସନ୍।ସେ ସବୁ ଚୁରିକେ ଛୋଟ୍ ଛୋଟ୍ ଖଁଡ୍ କରି ଜତନେଁ ପଖନେଁ ପିଟି ପିଟି ଭାଙ୍ଗ୍ବେ।ଯେନ୍ତାକି ସେ ସବୁକେ ପଦମେଁ ଧରଲେଁ ଅଧା ପଦମ୍ ବାଗିର୍ ହେଉଥିବାର୍ କଥା। ସେ ଚୁରିକେ ଧରି ଖେଲାଲିମାନେ ଭୂଇଁ ଚକାମୁଲା ପାରି ମୁହାଁ ମୁହିଁ ବସବେ।ଆର୍ ଦୁଇ ଝନ୍ନୁ ଅଏତ୍କା ଖେଲ୍ଲେଁ ମୁହାଁ ମୁହିଁ ଗୁଲେଇ ହେଇ ବସ୍ସନ୍।ତାର୍ ପରେଁ ସେମାନକର୍ ଭିତରୁଁ ଯେ ପହେଲା ଖେଲ୍ବାର୍ ମୁଲ୍ କରବା ,ସେ ସବୁ ଚୁରିକେ ଭୁଜୁନି ହାତେଁ ସଁକଲି ଧରି ନିଜର୍ ପଦମ୍ନୁ ଟେପେ ଉପରକେ ଫିକି ସାଏଁନୁ ପଦମ୍କେ ତଲ୍ କରି ଚୁରିକେ ଉପର୍ ପିଠେଁ ଛିନ୍ବା।ଯେତେ ଚୁରି ବି ହାତର୍ ଉପର୍ ପିଠେଁ ଛିନି ପାର୍ବା ସେ ଭିତରୁଁ ଗୁଟେ ଚୁରିକେ ଆର ଖେଲାଲି ହାତେଁ ଦେଖାବା। ସେ ଦେଖେଇ ଥିବାର୍ ଏଖେର୍ ଗୁଟେ ଚୁରିକେ ନିଜର୍ ହାତର୍ କେଚେଁ ଚେପେଇ ବାଁକି ସବୁ ଚୁରିକେ ତଲେଁ ପକାବା। ସେ ଗୁଟେକେ କେଚେଁ ଚେପେଇ ବାଁକି ସବୁ ଚୁରିକେ ଗୁଟେ ଗୁଟେ କରି ବେଟ୍ବା। ଯଦି ସେ ଗୁଟେ ଚୁରିକେ କେଚେଁ ଚେପେଇ ନାଇଁ ପାର୍ଲେଁ ସଜେଁ ବତରେଁ ଢାଡ୍ସେଁ ପଦମ୍ର ଆର ପିଠେଁ ଥେଇ ବାଁକି ସବୁ ଚୁରିକେ ବେଟି ପାର୍ଲେଁ ବି ହେସି।ସେନ୍ତା କରି ସବୁ ଚୁରିକେ ବେଟି ପାରଲେଁ ସେ ହାତେଁ ଅଲଝେଇ ଥିବାର୍ ଚୁରି ଗୁଟେ ତାର୍ ହେବା। ଏନ୍ତା କରି କରି ଯାହାର୍ ନ ଜହ ଚୁରି ହେବା ସେ ଜିତ୍ଲା ବଲିଁ କୁହାଯାଏସି।ଇନ ଆର୍ ଗୁଟେ କଥା ଜାନବାର୍କେ ହେବା ଯେ ଇ ଖେଲ୍ ଖେଲଲା ବେଲେଁ କେନ୍ ଭୁଲ୍ କଲେଁ ତାର୍ ପିର୍ ଯାଏସି।ବା କେନ୍ ଭୁଲ୍ ହେଲେଁ ଆରେ ଖେଲାଲି ଚୁରି ଖେଲବାର୍ ସୁଯୋଗ୍ ପାଏସି।

୧- ଗୁଟେ ଖେଲାଲି ସବୁ ଚୁରିକେ ଭୁଜୁନି ହାତେଁ ସଁକଲି ଧରି ନିଜର୍ ପଦମ୍ନୁ ଉପରକେ ଫିକି ପଦମର୍ ଆରେ ପିଠେଁ ଗୁଟେ ବି ଚୁରି ଛିନି ନାଇଁ ପାରଲେଁ ପିର୍ ଯାଏସି।
୨ – ଚୁରିକେ କେଚେଁ ଚେପେଇ ବାଁକି ଚୁରିକେ ବେଟଲା ବେଲେଁ ସେ ଚେପାଲା ଚୁରି ଯଦି ତଲେଁ ପଡି ଗଲେଁ ପିର୍ ଯାଏସି।
୩- ଚୁରିକେ କେଚେଁ ଚେପେଇ ବାଁକି ଚୁରିକେ ବେଟଲା ବେଲେଁ ଯଦି ଗୁଟେ ଅଧେ ଚୁରି ଭୁଲ୍ ବଶତଃ ଦେଖି ନାଇଁ ପାରି ତଲେଁ ଛାଁଡି ହେଇ ଗଲେଁ ପିର୍ ଯାଏସି।
୪ – ପଦମର୍ ପିଠେଁ ଥିବାର୍ ଚୁରି ଭିତରୁଁ ଆରେ ଖେଲାଲି ଦେଖେଇ ଥିବାର୍ ଚୁରିକେ ସେ ଯଦି କେଚେଁ ଚେପେଇ ନାଇଁ ପାର୍ଲେଁ କି ପଦମ୍ ପିଠେଁ ଢାଡସେଁ ଅଟକେଇ ନାଇଁ ପାରି ତଲେଁ ପଡି ଗଲେଁ ପିର୍ ଯାଏସି।
ଏନ୍ତା କରି ଆମର୍ ପଶ୍ଚିମ ଓଡ଼ିଶାର୍ ଟୁକେଲ୍ ଛୁଆମାନେ ଇ ‘ଭଙ୍ଗାଚୁରୀ ’ ଖେଲ୍କେ ଖେଲସନ୍।
ପବିତ୍ର ସାହୁ,ସନ୍ଧିବାହାଲି,ପୋ:ଅ: – ମାଝିପାଲି ,ଭାୟା – ଲାଉମୁଣ୍ଡା , ଜିଲ୍ଲା – ବରଗଡ଼,ପିନ୍ – ୭୬୮୦୪୮,ମୋ – ୮୦୧୮୬୯୨୮୦୮



