Saturday, March 7, 2026
Homeରାଜ୍ୟପଲସଦା ହାଇସ୍କୁଲର ନୂତନ ସ୍କୁଲ ପରିଚାଳନା କମିଟି ଗଠିତ ।

ପଲସଦା ହାଇସ୍କୁଲର ନୂତନ ସ୍କୁଲ ପରିଚାଳନା କମିଟି ଗଠିତ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ପଲସଦା ହାଇସ୍କୁଲ ପଲସଦା ଠାରେ ପ୍ରଧାନ ଶିକ୍ଷକ ଯତୀନ୍ଦ୍ର ଦୀପଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଓ ଅବିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି।ହାଇସ୍କୁଲର ନୂତନ ସ୍କୁଲ ପରିଚାଳନା କମିଟି ଚୟନ କରାଯାଇଥିଲା । ପ୍ରଥମେ ୧୨ ଜଣ ସଦସ୍ଯ ଚୟନ କରାଯାଇଥିଲା । ମିଳନ ସିଂ ବରିହାଙ୍କୁ ସଭାପତି ଭାବରେ ଚୟନ କରାଯାଇଥିଲା । ଉପସଭାପତି ଭାବରେ ପୁଷ୍ପକାନ୍ତି ପଟେଲଙ୍କୁ ମୋନୋନିତ କରିଥିଲେ ।

ପଲସଦା କ୍ଲଷ୍ଟର ସିଆରସିସି ନୂତନ ସଭାପତି ଓ ଉପସଭାପତି ଏବଂ ନୂତନ ସଦସ୍ଯ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ତାଙ୍କ ଦାୟିତ୍ଵ ସୁଚାରୁରୂପେ ପରିଚାଳନା କରିବାପାଇଁ ବୁଝାଇଥିଲେ। ପୂର୍ବତନ ସଭାପତି ମହେନ୍ଦ୍ର ସିଂ ବରିହା ନୂତନ ସଭାପତିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗ୍ୟତ ଜଣାଇଥିଲେ । ଶେଷରେ ହାଇସ୍କୁଲର ବରିଷ୍ଟ ଶିକ୍ଷକ ପଦ୍ମଲୋଚନ ପୋଡ଼ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

error: Content is protected !!