ବରପାଲି-ବରପାଲିର ବରିଷ୍ଠ ନାଟ୍ୟ କଳାକାର ହାରାଧନ ମେହେରଙ୍କ ୮୫ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଏକ ଘରୋଇ ନସିଂ ହୋମରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ଗମନ ହୋଇଥିଲା। ହାରାଧନ ବାବୁ ଅଭିନୟ ସହ ଜଣେ ଧର୍ମପରାୟଣ ଓ ପରୋପକାରୀ ସମାଜସେବୀ ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ରହିଥିଲେ।

ରାଜନିତି କ୍ଷେତ୍ରରେ କମ୍ଯୁନିଷ୍ଟ ଦଳରୁ ଆରମ୍ଭ ହୋଇ ପରମୁହୁର୍ତ୍ତରେ ବିଭିନ୍ନ କାରଣରୁ ଅନ୍ତିମ ସମୟ ପର୍ଯ୍ଯନ୍ତ କଂଗ୍ରେସ ଦଳ କର୍ମି ଭାବରେ ବହୁ ପଦପଦବିରେ ରହିଥିଲେ। ଅଞ୍ଚଳର ସମସ୍ତ ଅନୁଷ୍ଠାନ ଓ କ୍ଲବ ତଥା ଧାର୍ମିକ ସାହିତ୍ଯ ସଂସ୍ଥା ମାନଙ୍କରେ ଓତୋପ୍ରୋତ ଭାବରେ ଜଡିତ ରହି ଅତ୍ଯନ୍ତ ପ୍ରିୟ ରହିଥିଲେ ।

ବିୟୋଗ ଖବର ପ୍ରସାରଣ ପରେ ତାଙ୍କ ବାସଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସ୍ଥାନିୟ ବଡଗାଁ ସ୍ମଷାନଘାଟରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା। ତାଙ୍କ ବଡ଼ ପୁଅ ବସନ୍ତ ମେହେର ମୁଖାଗ୍ନି ଦେଇଥିବା ବେଳେ ପରିବାର ଜନ,ବନ୍ଧୁବର୍ଗଙ୍କ ସମେତ ପାଖପଡିଶା ଅନ୍ତିମଯାତ୍ରାରେ ସାମିଲ ହୋଇଥିଲେ।

