Saturday, March 7, 2026
Homeଅଘଟଣପରଲୋକରେ କୁଲିଆରୀ ୱାର୍ଡ଼ ସଭ୍ୟ ମୀନକେତନ ଭଏଁଷାଲ ।

ପରଲୋକରେ କୁଲିଆରୀ ୱାର୍ଡ଼ ସଭ୍ୟ ମୀନକେତନ ଭଏଁଷାଲ ।

ଗାଇସିଲେଟ-ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଳିଆରୀ ଗ୍ରାମର ୱାର୍ଡ଼ ସଭ୍ୟ ମୀନକେତନ ଭଏଁଷାଲ ୬୨ ବର୍ଷ ବୟସରେ ତାଙ୍କ ବାସ ଭବନରେ ପରଲୋକ ହୋଇଯାଇଛି । ଶନିବାର ପ୍ରଭାତରେ ଦେହାବସାନ ଘଟିଛି। ତାଙ୍କର ପରଲୋକ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ପଡ଼ିଛି। ଦୀର୍ଘଦିନ ଧରି ୱାର୍ଡ ସଭ୍ୟ ଭାବେ କାର୍ଯ୍ୟ କରି ସେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ,ବିକାଶ କାର୍ଯ୍ୟ ଓ ସାମାଜିକ ସେବାରେ ସକ୍ରିୟ ଭୂମିକା ନିଭାଇଥିଲେ। ତାଙ୍କର ସରଳତା, ସତତା ଓ ଲୋକସେବା ମନୋଭାବ ପାଇଁ ସେ ସମସ୍ତଙ୍କ ନିକଟରେ ଆଦରଣୀୟ ଥିଲେ।

ପରଲୋକ ଖବର ପାଇ ସ୍ଥାନୀୟ ଜନପ୍ରତିନିଧି, ସାମାଜିକ କର୍ମୀ ଓ ୱାର୍ଡବାସୀମାନେ ତାଙ୍କ ବାସଭବନରେ ଭିଡ଼ ଜମାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶୋକାକୁଳ ପରିବାର ପ୍ରତି ସମବେଦନା ଜଣାଇ ଅନେକେ ତାଙ୍କର ଆତ୍ମାର ସଦ୍ଗତି କାମନା କରିଛନ୍ତି। ତାଙ୍କର ଅବଦାନ ଓ ସେବା କାର୍ଯ୍ୟ ସଦା ସ୍ମରଣୀୟ ହୋଇ ରହିବ ବୋଲି ଅଞ୍ଚଳବାସୀମାନେ କହିଛନ୍ତି। । ତାଙ୍କର ପାର୍ଥିବ ଶରୀରକୁ ଗାଁ ମଶାଣିରେ ଶେଷ କୃତ୍ୟ ସମାପନ କରାଯାଇଛି ।

error: Content is protected !!