Saturday, March 7, 2026
Homeରାଜ୍ୟପପଙ୍ଗା ପାହାଡରେ ଟ୍ରାକିଙ୍କ କେମ୍ପ ।

ପପଙ୍ଗା ପାହାଡରେ ଟ୍ରାକିଙ୍କ କେମ୍ପ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ନୈାସେନା ତରଫରୁ ଭେଡେନ ବ୍ଲକର ପପଙ୍ଗା ପାହାଡ ଉପରେ ଟ୍ରାକିଙ୍କ କେମ୍ପ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ନବାଗତ ନୈାସେନା ଶିକ୍ଷାର୍ଥୀ ମାନଙ୍କୁ ସ୍ବାଗତ କରାଯାଇ ଦେଶମାତୃକାର ସେବାରେ ନୈାସେନାର ଭୂମିକା ଉପରେ ଆଲୋଚନା କରାଯାଇଥିଲା।

ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ନୌସେନା ଅଧିକାରୀ ସରୋଜ କୁମାର ନାୟକ କେମ୍ପ ପରିଚାଳନା କରିଥିଲେ । । ଏଥିରେ ପଲ୍ଲିଶ୍ରୀ କଲେଜ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ ,ଅଧ୍ୟାପକ ସନ୍ତୋଷ ତ୍ରିପାଠୀ , ଅବସରପ୍ରାପ୍ତ ମୁଖ୍ୟ କିରାଣୀ ମୁକୁନ୍ଦ ଚରଣ ରଥ ସମେତ ଅଧ୍ୟାପକ ପ୍ରଦୀପ ପଣ୍ଡା, ପବିତ୍ର ମାହାଣା , ସିଦ୍ଧେଶ୍ବର ପ୍ରଧାନ ,ଡଃ ଶାନ୍ତିଲତା ବାରିକ, ପାୟଲ ସାହୁ , ଶିଶିର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!