ପଦ୍ମପୁର-ପଦ୍ମପୁର ସହର ସ୍ଥିତ ମେହେର ପଡାଠାରେ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ୍ କାର୍ଯ୍ୟକ୍ରମ ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ସମ୍ମାନିତ ଅତିଥି ଭାବରେ ବିଜେପି ନେତା ଗୋବର୍ଦ୍ଧନ ଭୁଏ, ବିଜେପି ନେତା ପ୍ରୀତମ ମେହେର, ରମେଶ ଅଗ୍ରୱାଲ, ପ୍ରମିଳା ମେହେର, ସୁନିଲ ଅଗ୍ରୱାଲ ଓ ବିକାଶ ବହିଦାର ଯୋଗଦେଇ କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ

ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧି ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଶୋକ ମିଶ୍ର, ସୁବାସ ପାତ୍ର, ସରୋଜ ମିଶ୍ର, ନରୋତ୍ତମ ପ୍ରଧାନ, ହୀରା ରଣା, ହୀରା ସରାଫ, ପୂର୍ଣ୍ଣ ମେହେର, ରଞ୍ଜୁ ସେଠ, ଆର୍ୟା ସାହୁ, ସୌମ୍ୟଜିତ ପାଢ଼ୀ, ସେବକ ମେହେର ପ୍ରମୁଖ ସହଯୋଗ କରିଥିବା ବେଳେ ୱାର୍ଡ ନମ୍ବର ୮ଓ୯ ର ଶତାଧିକ ମହିଳା ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ। ଶେଷରେ କାଉନସିଲର ଚିନ୍ମୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।




