Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ସହରରେ ସୁଭଦ୍ରା ସଚେତନତା ରଥ।

ପଦ୍ମପୁର ସହରରେ ସୁଭଦ୍ରା ସଚେତନତା ରଥ।

ପଦ୍ମପୁର-ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁରକୁ ରାଜ୍ୟ ସରକାରଙ୍କ ନୂତନ ଯୁଗାନ୍ତକାରୀ ନାରୀ ସଶକ୍ତିର ପ୍ରଶସ୍ତ ଯୋଜନା “ସୁଭଦ୍ରା”ର ରଥ ପହଞ୍ଚିଥିଲା।ଏହି ରଥକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଏହି ରଥ ଆଜି ଏବଂ ଆସନ୍ତା କାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡରେ ବୁଲି ବୁଲି ସୁଭଦ୍ରା ଯୋଜନା ପାଇଁ ଜନ ସଚେତନତା କରିବ।ଉକ୍ତ ରଥକୁ ୱାର୍ଡ ନଂ ୯ ର କାଉନସିଲର ଶ୍ରୀ ଚିନ୍ମୟ ପଣ୍ଡା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି ଏବଂ ICDS ସୁପରଭାଇଜର ସବୁଜ ପତାକା ଦେଖାଇ ସୁଭଦ୍ରା ରଥର ମାର୍ଗ ଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ବିଜେପିର ଟାଉନ ସଭାପତି ସୁନୀଲ ଅଗ୍ରୱାଲ, ସମସ୍ତ ସ୍ୱଚ୍ଛସାଥି ସୁପରଭାଇଜର, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

error: Content is protected !!