ପଦ୍ମପୁର – ପଦ୍ମପୁର ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନଙ୍କ ଆନୁକୁଲ୍ୟରେ ନିର୍ବାଚନ ସଚେତନତା ରାଲି କରାଯାଇଥିଲା। ଉକ୍ତ ରାଲି ରେ ଅଭିଭାବକ ଅଭିଭାବିକା ଏବଂ ସମାଜର ଅନ୍ୟାନ୍ୟ ନାଗରିକ ମାନେ କିପରି ସାଧାରଣ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ସେମାନଙ୍କ ର ଭୋଟଦାନ କରିବେ ଏବଂ ଭାରତ ର ସର୍ବବୃହତ ଗଣତନ୍ତ୍ର ର ଅଂଶୀଦାର ହେବେ ସେଥିନିମନ୍ତେ ରାଲି ରେ ବିଭିନ୍ନ ସ୍ଲୋଗାନ ମାଧ୍ୟମ ରେ ଲୋକମାନଙ୍କୁ ଜାଗ୍ରତ ଓ ଅଭିପ୍ରେରିତ କରାଯାଇଥିଲା।

ଏହାପରେ ବିଦ୍ୟାଳୟ ରେ ନିର୍ବାଚନ ସଚେତନତା ନିମନ୍ତେ ବକ୍ତୃତା ଓ କୁଇଜ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା ବରିଷ୍ଠ ନାଗରିକ ନିରୋଜ ଦୋରା , ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀମତି ଲୋଭାଦିନୀ ସାହୁ, ଅଭିଳାଷ ସାହୁ,ମୋହନ ବନଛୋର,ପ୍ରଭାସିନି ସା, ତୃପ୍ତିମୟୀ ଝଗରା,ରୁଦ୍ରାଙ୍ଗଦ ବାରିକ,ପ୍ରୀତିରଶ୍ମି ସେଠ,ମଧୁସ୍ମିତା ବର୍ଗେ,ହରେକୃଷ୍ଣ ମେହେର,ସଂଗ୍ରାମ କେଶରୀ ଦୀପ୍,ଅମୃତା ବାରିକ,ଚନ୍ଦନ ନାୟକ, ଅମ୍ବିକା ରଥ,ଅଳକାଶ୍ରୀ ପଣ୍ଡା,ଚନ୍ଦ୍ରାଶେଖର ଭୋସାଗର , ସୁନୀତା ଖମାରୀ ,ଦୀପକ କୁମାର ତିଓ୍ୱାରୀ, କୃଷ୍ଣଚନ୍ଦ୍ର ପଧାନ ଓ ନିରୁପମା ଭୋଇ ପ୍ରମୁଖ ସହଯୋଗ କରିଥିଲେ ।
