Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ନଗର ତରଫରୁ ହିନ୍ଦୁ ସମ୍ମିଳନୀ ।

ପଦ୍ମପୁର ନଗର ତରଫରୁ ହିନ୍ଦୁ ସମ୍ମିଳନୀ ।

ପଦ୍ମପୁର-ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ପଦ୍ମପୁର ସହରର ରାଜାଜି ଟାଉନ ହଲ ଠାରେ ସମଗ୍ର ହିନ୍ଦୁ ସମାଜ ତରଫରୁ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଭାସ୍କର ଦାଶ, ଆଶୁତୋଷ ପାଣିଗ୍ରାହୀ, ଅନ୍ତର୍ଯ୍ୟାମୀ ମେହେର, ମାର୍ତଣ୍ଡଦେବ ସାହୁ,ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଏକ ହୋମଯଂଜ୍ଞ ଓ ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ସମଗ୍ର ହିନ୍ଦୁ ସମାଜ ସମିତିର ଅଧ୍ୟକ୍ଷ ଡକ୍ଟର ପଦ୍ମନାଭ ଯୋଶୀଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ମୁଖ୍ୟ ବକ୍ତା ଭାବେ ପଦ୍ମପୁର ସଂକୁଳ ବିଦ୍ୱତ ପରିଷଦର ସମ୍ପାଦକ କ୍ରିଷ୍ଣ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଡକ୍ଟର ବାଞ୍ଛାନିଧି ପଣ୍ଡା ଯୋଗଦାନ କରିଥିଲେ । ସମିତିର ସଂଯୋଜକ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ଅତିଥି ପରିଚୟ ଓ ଉଦେଶ୍ୟ ଜ୍ଞାପନ କରିଥିବାବେଳେ କୋଷାଧ୍ୟକ୍ଷ ସୁରେଶ କୁମାର ରାମଚନ୍ଦାନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶାନ୍ତନୁ ପାଣିଗ୍ରାହୀ, ସୁଧାଂଶୁ ପତି, ଜୟଦେବ ବେହେରା, ଚୈତନ୍ୟ ଭୋଇ, ପ୍ରଦୀପ ରାଜହଂସ, କମଳାକାନ୍ତ ମହଲା, ରିତେଶ ରଞ୍ଜନ ମେହେର, ସତ୍ୟବାନ ସାହୁ,ଟିକେଶ୍ୱର ନାଏକ, ଅଙ୍କିତ ରାମଚନ୍ଦାନୀ, ସ୍ୱରୂପ କାନୁନଗୋ ପ୍ରମୁଖ ସହଯୋଗ କରିଥିଲେ ।

error: Content is protected !!