Saturday, March 7, 2026
HomeUncategorizedପଦ୍ମପୁର ଏନ୍ଏସିର କର୍ମଚାରୀ ମାନେ ସମ୍ବଲପୁରୀ ଦିନରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ବର୍ତ୍ତା ଦେଲେ।

ପଦ୍ମପୁର ଏନ୍ଏସିର କର୍ମଚାରୀ ମାନେ ସମ୍ବଲପୁରୀ ଦିନରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ବର୍ତ୍ତା ଦେଲେ।

ପଦ୍ମପୁର – ଅଗଷ୍ଟ ମାସର ଏକ ତାରିଖ ଦିନ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନ୍ ଅବସରରେ ସମ୍ବଲପୁରୀ ଦିନ୍ ପାଳନ କରାଯାଏ । ସେହି ଅସରରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ୍ ପରିଷଦର କର୍ମଚାରୀ ମାନେ ବଡବନ୍ଧ ଠାରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଭାବରେ ଏ.ଡି.ଏମ୍ କୁଣାଲ ମୋତିରାମ୍ ଚୋଭନ୍ ଓ ସମ୍ମାନିତ ଅତିଥି ଭାବରେ ପଦ୍ମପୁର୍ ନଗରପାଳ୍ ସାବିତ୍ରୀ ବାଗ୍ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ତଥା ସମସ୍ତ କର୍ମଚାରୀ, ସମାଜସେବୀ ନିରୋଜ ଦୋରା, ପରିଷଦ୍ ପ୍ରତିନିଧି କବିତା ସେଠ୍, କ୍ଷୀର ସାନବର୍ଷା, ସଂଯୁକ୍ତା ପୃଷ୍ଟି, ସବିତା ବରିହା ସାଙ୍ଗେ ପରିଷଦ୍ ର କର୍ମଚାରୀ ଓ ସ୍ଵଚ୍ଛ ସାଥୀ ମାନେ ଯୋଗ ଦେଇଥିଲେ।

error: Content is protected !!