ପଦ୍ମପୁର — ପଦ୍ମପୁର ଏନ୍ ଏ ସି ରେ ଥିବା ବିଭିନ୍ନ ସମସ୍ୟା, ସରକାରୀ ସ୍ଥାନ ଖେଲାଲି ଙ୍କ ପାଇଁ ବ୍ୟବହୃତ ପାଇଁ ଉଦ୍ଦିଷ୍ଟ ସ୍ଥାନ ରେ ଜବରଦଖଲ, ବର୍ଷା ସମୟରେ ଦେଖାଦେଉଥିବା ଡ୍ରେନେଜ ଗୁଡ଼ିକର ସମାଧାନ ନିମନ୍ତେ ଆଜି ମଧ୍ୟାହ୍ନ ରେ ଯୁବନେତା ପ୍ରିତେଶ ବହିଦାର ଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତନିଧି ଟିମ୍ ପଦ୍ମପୁର ଏନ୍ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି ଙ୍କ ସହ ସାକ୍ଷାତକରି ସମସ୍ୟା ଗୁଡିକ ର ଜରୁରୀକାଳୀନ ପ୍ରତିକାର ସହ କାର୍ଯ୍ୟାନୁଷ୍ଠାନ ପାଇଁ ଆଲୋଚନା କରିଛନ୍ତି ଆହୁରି ପଦ୍ମପୁର ଏନ୍ ଏ ସି ର ସମସ୍ତ ଅଂଚଳ ରେ ବିକାଶ ନାମରେ ହୋଇଥିବା କାର୍ଯ ଗୁଡିକରେ ବହୁ ଦୁର୍ନୀତି ର ଆଭାଷ ମିଳୁଛି ଯାହାକୁ ନେଇ ଜନସାଧାରଣ ରେ ଅସନ୍ତୋଷ ରହିଛି ସେ ସବୁ କାର୍ଯ୍ୟ ଗୁଡିକର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଟିମ୍ ଦାବି କରିବାସହ ଆସନ୍ତା ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ କିଭଲ କାର୍ଯ୍ୟକାରୀ ହୋଇ ସାଧାରଣ ଜନତା ଙ୍କ ପାଖରେ ପହଞ୍ଚି ପାରିବ ଓ କିଭଳି ଲୋକମାନେ ଉପକୃତ ହୋଇ ପାରିବେ ସେ ବିଷୟରେ ଆଲୋଚନା କରିଛନ୍ତି।
ଏହି ପ୍ରତିନିଧି ଟିମ୍ ରେ ପଦ୍ମପୁର ନଗର ର ବରିଷ୍ଠ ବିଜେପି ନେତା ଅଶୋକ ମିଶ୍ର,ସୁବାଷ ପାତ୍ର,ଡ଼ଃ ନାରାୟଣ ପୁରୋହିତ, କାଉନସିଲର କୁନାଲ ପାଣିଗ୍ରାହୀ, ହରି ସିଂ, ଆଦିତ୍ୟ ରଥ, ଜୋସ୍ନାରାଣୀ କର, ସରୋଜ ମିଶ୍ର, ନରୋତମ ପ୍ରଧାନ,ପ୍ରତାପ ନାଥ,ପ୍ରହ୍ଲାଦ ମେହେର, ରାଜେଶ ଗୁର୍ଲା, ନରେଶ ସୁନ୍ଦର ସାହୁ,ଅମିତ ଗର୍ଗ,ସୁରେଶ ସାହୁ, ଦୀନେଶ ବାରିକ, ସୁରଜ ସୁନା,ରବି ସାହୁ,ଅନିଲ ଗୁର୍ଲା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଶଗ୍ରହଣ କରି ମତ ଉପସ୍ଥାପନ କରିଥିଲେ ।