Sunday, March 8, 2026
Homeରାଜ୍ୟପଦ୍ମପୁର ଏନ.ଏ.ସି ତରଫରୁ ନିଖିଳ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ।

ପଦ୍ମପୁର ଏନ.ଏ.ସି ତରଫରୁ ନିଖିଳ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ।

ପଦ୍ମପୁର-ପଦ୍ମପୁର ଏନ୍.ଏ.ସି ତରଫରୁ ନିଖିଳ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି। ଭୋର ସକାଳୁ ପଦ୍ମପୁର ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାମଧୁନ ବଜାଇ ସହର ପରିକ୍ରମା କରିବା ସହ ଏନ୍ ଏ ସି କାର୍ଯ୍ୟାଳୟ ଠାରେ ସମସ୍ତ କାଉନସିଲର ଙ୍କ ଉପସ୍ଥିତି ରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପଦ୍ମପୁର ଏନ୍ ଏ ସି କାର୍ଯ୍ୟଳୟ ପରିସରରେ ସମସ୍ତ ସଫେଇ କର୍ମଚାରୀ ଙ୍କ ସମେତ କାର୍ଯ୍ୟାଳୟ ର ବିଭିନ୍ନ କର୍ମଚାରୀ ମାନଙ୍କୁ ନୂଆ ବସ୍ତ୍ର ପ୍ରଦାନ କରାଯାଇଥିଲା। ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନା ପରିସରରେ ରୋଗୀ ଓ ତାଙ୍କ ସମ୍ପର୍କିୟ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।ପଦ୍ମପୁର ସ୍ଥିତ ଟାଉନ୍ ହଲ ଠାରେ ଦିବା ୧୧ଘ ରେ ପଦ୍ମପୁର ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସଭାପତିତ୍ବ ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା , ସମ୍ମାନନୀୟ ଅତିଥି ଭାବରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର, ମୂଖ୍ୟ ବକ୍ତା ଭାବରେ ଅଞ୍ଚଳ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡକ୍ଟର ସରୋଜ କୁମାର ନାୟକ, ବରଗଡ଼ ସାଂସଦ ଙ୍କ ପ୍ରତିନିଧି ଭାବରେ ସୁନିଲ ଅଗ୍ରୱାଲ,ପଦ୍ମପୁର ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ ଓ ସମସ୍ତ କାଉନସିଲର ଯୋଗ ଦେଇଥିଲେ ।ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବିଭିନ୍ନ ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ ଙ୍କୁ ନେଇ ପଦ୍ମପୁର ଏନ୍ ଏ ସି ତରଫରୁ ପ୍ରତିଯୋଗିତା ମାନ ଆୟୋଜନ ହୋଇଥିଲା।

ଏହି ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ପଦ୍ମପୁର ଏନ୍ ଏ ସି ରେ କାର୍ଯ୍ୟରତ ବିଭିନ୍ନ ସଫେଇ କର୍ମଚାରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ପଦ୍ମପୁର ଅଞ୍ଚଳର ଦୁଇଜଣ ନାଟ୍ୟକାର ଅଶୋକ କୁମାର ବହିଦାର ଓ ରାଜେନ୍ଦ୍ର ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା ।ପଦ୍ମପୁର ଅଂଚଳରେ ସାମ୍ବାଦିକତା କରୁଥିବା ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ପରେ ଦିନ ଗୋଟାଏ ତିରିଶ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ସର୍ବସାଧାରଣ ସଭାର ସିଧା ପ୍ରସାରଣ କରାଯାଇଥିଲା। ଉପସ୍ଥିତ ସମସ୍ତ ଜନସାଧାରଣ, ଅତିଥି, କାଉନସିଲର ମାନେ ସିଧା ପ୍ରସାରଣ ଦେଖିଥିଲେ। ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

error: Content is protected !!