Saturday, April 19, 2025
spot_imgspot_imgspot_img
Homeଅଘଟଣପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଏ. ବି. ଭି. ପି. ପକ୍ଷରୁ ଦୁଷ୍କର୍ମ ପୀଡିତାଙ୍କ ପାଇଁ ନ୍ୟାୟ...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଏ. ବି. ଭି. ପି. ପକ୍ଷରୁ ଦୁଷ୍କର୍ମ ପୀଡିତାଙ୍କ ପାଇଁ ନ୍ୟାୟ ଦାବି ।

ପଦ୍ମପୁର – ଏବେ ପୂରା ବଙ୍ଗାଲ ଜଳୁଛି। ବଙ୍ଗାଲକୁ ନେଇ ସାରା ଦେଶରେ ନିଆଁ ଲାଗିଛି। ଚାରିଆଡ଼େ କେବଳ ପ୍ରୋଟେଷ୍ଟ। କୋଲକାତାର ଆର.ଜି.କର ହସ୍ପିଟାଲରେ ଯେଉଁ ହୃଦୟ ବିଦାରକ ଏବଂ ଦୁଃଖଦ ଘଟଣା ଘଟିଲା ତାକୁ ନେଇ ସାରା ଦେଶରେ ତେଜୁଛି ବିରୋଧ। ପ୍ରତି ଦିନ ଦେଶ ର କୋଣ ଅନୁକୋଣ ରୁ ଆସୁଛି ପୀଡିତା ଙ୍କ ପାଇଁ ନ୍ୟାୟ ଦାବି। ସିକିତ୍ସାକ ଙ୍କ ସହ ବର୍ତ୍ତମାନ ଛିଡା ହେଉଛି ସାରା ଦେଶ। ତେବେ ଘଟଣା ର ଉଚ୍ଚିତ ତଦନ୍ତ ନକରି ଘଟଣା କୁ ଘୋଉଡ଼େଇବା ପାଇଁ ଘଟଣା ଘଟି ଥିବା ଆର.ଜି କର ହସ୍ପିଟାଲର ପ୍ରିନସିପାଲ ସନ୍ଦୀପ ଘୋଷଙ୍କୁ ଚାକିରିରୁ ବାହାର କରିବା ବଦଳରେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲର ପ୍ରିନସିପାଲ କରିଦେବା ଘଟଣା ବର୍ତ୍ତମାନ ପଶ୍ଚିମ ବଙ୍ଗ ସରକାର ଙ୍କୁ ମଧ୍ୟ ସନ୍ଦେହ ରେ ପକାଉଛି। ତେବେ ଏନେଇ ବର୍ତ୍ତମାନ ଦେଶ ବ୍ୟାପି ଧାରଣା ଏବଂ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଘଟଣା ଟିକୁ ଗୁରୁତ୍ୱ ସହ ଚାନବିନ ପାଇଁ ନିର୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମ କୋଟ।

ଏନେଇ ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ରେ ମଧ୍ୟ ପୀଡିତା ଙ୍କୁ ନ୍ୟାୟ ଏବଂ ଦୋଷୀ ଙ୍କୁ ଦଣ୍ଡ ପାଇଁ ସ୍ୱର ଉଠାଇଛନ୍ତି ଛାତ୍ର ଛାତ୍ରୀ। ମହାବିଦ୍ୟାଳୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଆୟୋଜିତ ନ୍ୟାୟ ଦାବି ପ୍ରଦର୍ଶନ ରେ ପ୍ରତ୍ୟୁଷ ଦାସ ଙ୍କ ଅଧ୍ୟକ୍ଷତା ରେ ଜମା ହୋଇ ବିରୋଧ ପ୍ରଦର୍ଶନ ସହ “ଉଇ ୱାଣ୍ଟ ଜଷ୍ଟିସ” ର ନାରା ଦେଇଥିଲେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ। ତେବେ ଆଗାମି ଦିନ ରେ ଏଘଟଣା କୁ ଭିତ୍ତି କରି ଆତ୍ମ ସୂରକ୍ଷା ପାଇଁ ମଧ୍ୟ ସମସ୍ତ ମହାବିଦ୍ୟାଳୟ ର ବିଦ୍ୟାଳୟ ସ୍ତରୀୟ ଶିକ୍ଷା ଖସଡ଼ାରେ ସାମିଲ କରାଯାଉ ବୋଲି ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଦାବି କରାଯାଇଟିଥିଲା।

error: Content is protected !!