Thursday, November 21, 2024
spot_imgspot_imgspot_img
Homeରାଜ୍ୟପଞ୍ଚାୟତ ସମିତି ସଭାରେ ସାଂସଦ ଓ ଦୁଇ ବିଧାୟକ ।

ପଞ୍ଚାୟତ ସମିତି ସଭାରେ ସାଂସଦ ଓ ଦୁଇ ବିଧାୟକ ।

ବରପାଲି – ବରପାଲି ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ରାଜୀବ ଗାନ୍ଧୀ ସଭାଗୃହ ପରିସରରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ମୂଖ୍ଯଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦିପ ପାଣିଗ୍ରାହୀ ଓ ବରଣ୍ଯ ଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିୟା ତଥା ବରଗଡ଼ ବିଧାୟକ ଅଶ୍ବିନୀ ଷଢଙ୍ଗୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରଥିଲେ। ଏହି ଅବସରରେ ବ୍ଲକ ପକ୍ଷରୁ ନିମନ୍ର୍ତିତ ଅତିଥି ମାନଙ୍କୁ ଉତ୍ତରିୟ ଓ ପୁଷ୍ପମାଳ ଅର୍ପଣ ମାଧ୍ଯମରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ବ୍ଲକ ଅଞ୍ଚଳର ବିଭିନ୍ନ ସମସ୍ଯା ସ୍ବାସ୍ଥ୍ଯ,କୃଷି,ବିଦ୍ଯୁତ,କେନାଲ ପାଣି ସହ ରାସ୍ତା ଘାଟ ଉପରେ ଆଲୋଚନା ହୋଇଥିଲା।

ବ୍ଲକ ଅଧ୍ଯକ୍ଷା ରିନା ଥଇତଙ୍କ ଅଧ୍ଯକ୍ଷତାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ପ୍ରାରମ୍ଭରେ ବରପାଲି ଗୋଷ୍ଠୀ ଉନ୍ନୟନ ଅଧୂକାରୀ ସୁମନ୍ତ କୁମ୍ଭାର ସ୍ବାଗତ ଜଣାଇବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସଭାରେ ସମସ୍ତ ୨୩ ପଞ୍ଚାୟତର ସରପଞ୍ଚ,ସମିତିସଭ୍ଯ ଓ ସଭ୍ଯା ମାନଙ୍କ ସମେତ ଜିଲ୍ଲାପରିଷଦ ସଦସ୍ଯ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ସେହିପରି ବ୍ଲକର ଶିକ୍ଷା,ସ୍ବାସ୍ଥ୍ଯ,କେନାଲ,କୃଷି ସହ ଭିନ୍ନଭିନ୍ନ ବିଭାଗିୟ ପ୍ରସାଶନିକ ଅଧିକାରୀ ମାନେ ଯୋଗ ଦେଇ ଆଲୋଚ୍ଯ ପ୍ରଶ୍ନ ମାନଙ୍କର ଉତ୍ତର ଦେଇଥିଲେ। ମୂଖ୍ଯତଃ ସମିତିସଭ୍ଯ ଗୋକୁଳ ପଧାନ ଚଳିତ ବର୍ଷର ଧାନ ବିକ୍ରିର ଆଧାର ଓ ମୂଲ୍ଯ ଦର ସହ କୄଷିକାର୍ଯ୍ଯରେ ବ୍ଯବହୃତ ସାମଗ୍ରୀର ବିଭାଗ ଦ୍ବାରା ଉଚିତ ବିତରଣ ଉପରେ ପ୍ରଶ୍ନ ଉଠାଇଥିଲେ।

ସେହିପରି ସରପଞ୍ଚ ହିମାଞ୍ଚଳ ସାହୁ,ସ୍ବାସ୍ଥ୍ଯବ୍ଯବସ୍ଥା ସହ କେନାଲ ପାଣିର ସମସ୍ଯା ବିଦ୍ଯୁତ ବିଭାଗର ଅବସ୍ଥିତି ସମ୍ବନ୍ଧିତ ବିଭିନ୍ନ ଜନ ହିତକର ସମସ୍ଯା ମାନ ଉଠାଇଥିଲେ। ଉପସ୍ଥିତ ବିଭାଗୀୟ ପ୍ରଶାସନିକ ଅଧିକାରୀ ମଣ୍ତଳୀ ପ୍ରଶ୍ନ ମାନଙ୍କର ଉତ୍ତର ପ୍ରଦାନ କରିଥିଲେ | ବ୍ଲକ ଅତିରିକ୍ତ ଯନ୍ର୍ତୀ ଇ.ସରୋଜ ମହାପାତ୍ରଙ୍କ ସଂଯୋଜନାରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିବା ବେଳେ ଗ୍ରାମ ପଞ୍ଚାୟତ ଅଧିକାରୀ ଦେବରାଜ ତାଣ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!