Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟରେ ନିଶା ମୁକ୍ତ ଭାରତ ଅଭିଯାନ ପାଳିତ।

ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟରେ ନିଶା ମୁକ୍ତ ଭାରତ ଅଭିଯାନ ପାଳିତ।

ଗାଇସିଲାଟ-କେନ୍ଦ୍ର ଓ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ, ତଥା ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ. ଭାରତ ସରକାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟ ନିଶା ମୁକ୍ତ ଭାରତ ଅଭିଯାନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ସଭାପତିତ୍ଵରେ ଉକ୍ତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଅନୁଷ୍ଠିତ ସଭାରେ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ, ନିଗମାନନ୍ଦ ପୃଷ୍ଟି, ଅଧ୍ୟାପିକା ପ୍ରତୀକ୍ଷା ଡନସନା, ଡ଼.ବୀଣାପାଣି ତାଣ୍ଡି ଓ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ ।

ନିଶା ସେବନ ର କାରଣ, ଏହାର କୁପ୍ରଭାବ ଏବଂ ତାର ନିରାକରଣ ସମ୍ପର୍କରେ ସଚେତନ କରାଯାଇଥିଲ। । ଯୁବ ସମାଜରେ ନିଶାର ବ୍ୟବହାର କଲେ ପରିବାର ଉପରେ ଏହାର ସାମାଜିକ ତଥା ଆର୍ଥିକ ପ୍ରଭାବ ଉପରେ ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଏହି ସଚେତନତା ସଭାରେ ନିଶା ନିବାରଣ ଉପରେ ଶିକ୍ଷାର୍ଥୀ ମାନେ ମଧ୍ୟ ନିଜର ମତ ପ୍ରକାଶ କରିଥିଲେ । ପରିଶେଷରେ ଡ଼.ବୀଣାପାଣି ତାଣ୍ଡି ଧନ୍ୟବାଦ ଅର୍ପଣ କରି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦ୍ଵାରା ସଭା ସାଙ୍ଗ କରାଯାଇଥିଲା ।

error: Content is protected !!