Saturday, March 7, 2026
Homeରାଜ୍ୟପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନାରେ ଗୁରୁ ଦିବସ ପାଳିତ ।

ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନାରେ ଗୁରୁ ଦିବସ ପାଳିତ ।

ପଦ୍ମପୁର – ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଗୁରୁ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ଇଂରାଜୀ ଶିକ୍ଷକ ଶ୍ରୀ ଟିକେଲାଲ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଡ ସର୍ବ ପଲ୍ଲୀ ରାଧା କ୍ରିଷ୍ଣନ ଙ୍କ ବିଷୟରେ ବିଶଦ ଭାବରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ସଭାରେ ପରିଚାଳନା କମିଟିର ସଦସ୍ୟ ଶ୍ରୀ ରଣଜିତ ବୁଡେକ୍, ଅତିଥି ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ବେହେରା, ଶିକ୍ଷୟତ୍ରୀ ଶ୍ରୀମତୀ ଚଞ୍ଚଳା ସାହୁ, ଶ୍ରୀ ଯତୀନ୍ଦ୍ର ଦୀପ ପ୍ରମୁଖ ଗୁରୁ ଦିବସ ର ଉଦ୍ଦେଶ୍ୟ ଜ୍ଞାପନ କରି ଥିଲେ। ପରିଶେଷରେ ଖେଳଶିକ୍ଷକ ଶ୍ରୀ ବୁଲୁ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟରେ ଶ୍ରୀ ସୁରେଶ ପଟେଲ ସହଯୋଗ କରିଥିଲେ।

error: Content is protected !!