ବରପାଲି-ବରପାଲି ବ୍ଲକ ଲେଣ୍ଡା କ୍ରୀଡ଼ା ସଂସଦ ପଞ୍ଚମ ନକ୍ଆଉଟ୍ ଫୁଟବଲ୍ ପ୍ରତିଯୋଗିତା ଦ୍ଵିତୀୟ ଦିବସରେ ସିକିର୍ଡି ଦଳ ବିଜୟୀ ହୋଇଯାଇଛି। ଶନିବାର ଅପରାହ୍ନରେ ଆୟୋଜିତ ପ୍ରତିଯୋଗିତାରେ ଡ୍ରିମ୍ ୧୧ ବରଗଡ଼ ଓ ସିକିର୍ଡି ଦଳ ମଧ୍ୟରେ ଖେଳ ଖେଳାଯାଇଥିଲା । ଖେଳଟି ଅମିମାଶିଂତ ରହିଯିବାରୁ ଟ୍ରାଇବେକର ଜରିଆରେ ସିକିର୍ଡି ଦଳ ୨-୧ ଗୋଲରେ ବିଜୟ ହାସଲ କରିଥିଲା । ମୁଖ୍ୟ ଅତିଥି ଭାବରେ ବରଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରତିନିଧି ସଂଗ୍ରାମ ବାରିକ ଓ ସମ୍ମାନିତ ଅତିଥି ଭାବେ ବରପାଲି ଶ୍ରୀରାମ ସେନାର ସଭାପତି ଶ୍ରୀ ପ୍ରବୀଣ ରାଉତ, ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ତଥା ଶ୍ରୀରାମ ସେନାର ଉପ ସଭାପତି ଲକ୍ଷ୍ମଣ ଅଗ୍ରୱାଲ ଯୋଗ ଦେଇଥିଲେ । ସୌଭାଗ୍ୟ ରଞ୍ଜନ ବିଶ୍ଵାଳଙ୍କ ସଂଯୋଜନାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ଖେଳ ଶିକ୍ଷକ ପ୍ରମୋଦ ପଧାନ, ଅନୁରୋଧ ପଧାନ, ସୁରେଶ ବେହେରା, ନରେଶ ପଧାନ, ଜିତେନ୍ଦ୍ରିୟ ବିଦ୍ୟାଧର, ମନୋଜ କୁମାର ସାହୁ, କୃଷ୍ଣ ଚନ୍ଦ୍ର ବିଶ୍ୱାଳ ଓ ରାଧାକାନ୍ତ ନାଏକ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।



