ବରଗଡ଼-ବରଗଡ଼ ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ସଂତ୍ରାସ ନାରାୟଣ ପଣ୍ଡାଙ୍କ ବାପା ତଥା ଅବସରପ୍ରାପ୍ତ ଶିକ୍ଷକ ନବିନ ଚନ୍ଦ୍ର ପଣ୍ଡାଙ୍କ ଗତକାଲି ରାତ୍ର ଘ.୯.୩୦.ମି ସମୟରେ ତିଥି ଅନୁୟାଇ ମାଘ ଶୁକ୍ଳପକ୍ଷ ଦଶମୀରେ ଦେହାନ୍ତ ହୋଇଯାଇଛି । ତାଙ୍କର ପୁଅ ସୂର୍ଯ୍ୟନାରାୟଣ ପଣ୍ଡା ମୁଖାଗ୍ନି ଦେଇଥିବା ବେଳେ ତାଙ୍କର ପାଞ୍ଚ ପୁଅ ଓ ଦୁଇ ଝିଅ ଙ୍କ ସହ ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି ।
![](https://jagrataprahari.com/wp-content/uploads/2025/01/IMG-20250129-WA0015-1024x586.jpg)
ତାଙ୍କ ଦେହାନ୍ତରେ ଅଞ୍ଚଳରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସେ ଅଞ୍ଚଳ ପାଇଁ ଶିକ୍ଷା ଓ ସଂସ୍କାର ର ମହାଦୃମ ଥିଲେ । ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ପଞ୍ଚପଡା ରୁ ଶିକ୍ଷକତା ଆରମ୍ଭ କରି ବରଗଡ଼ ଜିଲ୍ଲା ଅରେଗୁଡି ପଞ୍ଚାୟତର ଗୁଦୁରାମୁଣ୍ଡା ବିଦ୍ୟାଳୟରେ ଅବସର ଗ୍ରହଣ କରିଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
![](https://jagrataprahari.com/wp-content/uploads/2024/10/Ashish-Bansal-8x3-copy-1024x384.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)