Saturday, March 7, 2026
Homeଅଘଟଣନେଟଓ୍ବାର୍କ ଖୋଜୁଛି ସାରସମାଲ ଗାଁ ।

ନେଟଓ୍ବାର୍କ ଖୋଜୁଛି ସାରସମାଲ ଗାଁ ।

ପଦ୍ମପୁର – ଦେଶ ସ୍ବାଧୀନତା ହେବାର ୭୮ ବର୍ଷ ବିତିଗଲାଣି। ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ମାତ୍ର ଏପର୍ଯ୍ୟନ୍ତ ପଦ୍ମପୁର ସହର ନିକଟସ୍ଥ କନସିଂହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାରସମାଲ ଦୁଇ ଗୋଟି ଓ୍ବାଡ ବିଶିଷ୍ଟ ଗାଁ, ଭୋଟର ସଂଖ୍ୟା ୫୦୬, ଜନସଂଖ୍ୟା ପାଖାପାଖି ୮୦୦ । କିନ୍ତୁ ଗ୍ରାମବାସୀ ମୋବାଇଲ୍ ନେଟଓ୍ବାର୍କ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଟେକ୍ନୋଲୋଜି ଯୁଗରେ ଛାତ୍ରଛାତ୍ରୀଙ୍କ ପାଠପଢା ଠାରୁ ଆରମ୍ଭ କରି ବ୍ୟାଙ୍କ ଡାକ୍ତରଖାନା ସବୁଠି ଇଣ୍ଟରନେଟର ବ୍ୟବହାର।

ଘର ଭିତରେ ଥିଲେ କୈାଣସି ବି ନେଟଓ୍ବାର୍କ ଆସୁନାହିଁ।କାହାସହିତ ଟିକିଏ କଥାବାର୍ତ୍ତା ହେବାକୁ ହେଲେ ପିଲାଠୁ ବୁଢ଼ା ସମସ୍ତେ ଗାଁ ମଝିକୁ ଆସି କିମ୍ବା ଗାଁ ମୁଣ୍ଡକୁ ଆସି ହାତରେ ମୋବାଇଲ ଧରି ନେଟଓ୍ବାର୍କ ଖୋଜିବା ପାଇଁ ଲାଗିପଡିଛନ୍ତି। ଉକ୍ତ ସମସ୍ୟାର ସମାଧାନ ପାଇଁ ଯୁବଗୋଷ୍ଠୀ ପ୍ରଶାସନ ପାଖରେ ନିବେଦନ କରୁଛନ୍ତି।

error: Content is protected !!