Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିନୃସିଂହନାଥ ବୈଶାଖ ମେଳା ଚତୁର୍ଦଶୀରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ ସହ ଧ୍ବଜା ବନ୍ଧନ ସମ୍ପନ୍ନ:ଯୋଗଦେଲେ ରାଜ୍ଯ...

ନୃସିଂହନାଥ ବୈଶାଖ ମେଳା ଚତୁର୍ଦଶୀରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ ସହ ଧ୍ବଜା ବନ୍ଧନ ସମ୍ପନ୍ନ:ଯୋଗଦେଲେ ରାଜ୍ଯ ତଥା ରାଜ୍ଯ ବାହାର ଲକ୍ଷାଧିକ ଭକ୍ତ।

ପାଇକମାଲ-ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପିଠରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ଚତୁର୍ଦ୍ଦଶୀ ତିଥି ଥିବାରୁ ବୁଧବାର ଭଗବାନ ନୃସିଂହନାଥ ପ୍ରଭୁଙ୍କ ଜନ୍ମୋତ୍ସବ ପାଳନ କରାଯାଉଛି । ବୁଧବାର ରାତ୍ରରେ ମହାପ୍ରଭୁ ନୃସିଂହନାଥଙ୍କୁ ସ୍ନାନ କରାଇ ନୂତନ ବସ୍ତ୍ର ପରିଧାନ କରି ସୁସଜ୍ଜିତ ବେଶ କରାଯାଇଥିଲା । ଆଳତି କରାଯାଇ ମନଭଙ୍ଗ ମଣ୍ଡଳ ଆଦିକନ୍ଧ ସମାଜ ଦ୍ୱାରା ପିତକନ୍ଦା ଭୋଗ ଲାଗି ହେଲାପରେ ରାତ୍ର ୧୦ ଘଟିକା ସମୟରେ ଚୁଡାମଣି ଭୁଏଙ୍କ ଦ୍ବାରା ଧ୍ବଜାବନ୍ଧନ କରାଯାଇଥିଲା ଓ ମହାଦ୍ବିପ ମଧ୍ୟ ଉଠିଥିଲା । ୪ ଦିନ ଧରି ମୂଖ୍ୟପଣ୍ତିତ ଡିଗ୍ରୀଧର ଦେବତା, ରଙ୍କମଣି ଦେବତା, ସିଦ୍ଧେଶ୍ୱର ସାବତଙ୍କ ସମେତ ୧୧ ଜଣ ଦକ୍ଷ ପଣ୍ତିତଙ୍କ ଦ୍ବାରା ନିତି ନିଷ୍ଠାର ସହିତ ପୂଜାର୍ଚ୍ଚନା କରାଯାଇଛି । ବୁଧବାର ସୁଦ୍ଧା ୧ଲକ୍ଷ ୨୩ହଜାର ୫ଶହ ନୃସିଂହ ବିଜ ମନ୍ତ୍ର ଜପ କରାଯାଇଛି । ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ ମଣ୍ଡପରେ ପଦ୍ମପୁର ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲ, ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ, ଜିଲ୍ଲା ସୂଚନା ଓ ଲୋସଂପର୍କ ଅଧିକାରୀ ପ୍ରହଲାଦ ଖସଲା, ପାଇକମାଳ ଥାନାଅଧିକାରୀ ସୁଶାନ୍ତ କୁମାର ବଢାଇ, ଉପଖଣ୍ତ ଅଗ୍ନିଶ୍ରମ ଅଧିକାରୀ ବେଦବ୍ୟାସ ପିଙ୍କ, ପାଇକମାଳ ବିଡିଓ ତଥା ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ଓଦୁ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ମେଳା କମିଟି ସଦସ୍ୟ ଅଧ୍ୟାପକ ସୁଶାନ୍ତ ମିଶ୍ର ସଭାକୁ ପରିଚାଳନା କରିଥିଲେ ।

ବିନ୍ଧ୍ୟବାସିନୀ ମଣ୍ଡପରେ ବଲାଙ୍ଗୀର ବଜାସାଲର ଡାଲଖାଇ ନୃତ୍ୟ, ଶିବଶକ୍ତି ନୃତ୍ୟ ଏକାଡେମୀ ବୁର୍ଲାର ଓଡ଼ିଶୀ ନୃତ୍ୟ, ସାଙ୍ଗାମାପା କଲା ପରିଷଦ ବଲାଙ୍ଗୀରର ଘୁଡୁକା ନୃତ୍ୟ, କୁରେଫୁଳ ସାଂସ୍କୃତିକ ଅନୁଷ୍ଠାନ, ଅତାବିରାର ପଞ୍ଚରସି ନୃତ୍ୟ ସମେତ ବିଭିନ୍ନ ଲୋକ ଗୀତ, ଲୋକନୃତ୍ୟ ଆଦି ପରିବେଷିତ ହୋଇଥିଲା । ସେହିପରି ମାର୍ଜାର କେଶରୀ ମଣ୍ଡପରେ ଝରନ କଲାପରିଷଦ ସାପଲହର କଳାକାର ମାନଙ୍କ ଦ୍ବାରା ଭଜନ ସଂଧ୍ୟା ସମେତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମେଳା କମିଟି ସଦସ୍ୟମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । କଳାକାରମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବୁଧବାର ଚତୃର୍ଦ୍ଦଶୀ ଅବସରରେ ବିଭିନ୍ନ ସଂଗଠନ ତରଫରୁ ଅନ୍ନଛତ୍ର ଓ ଥଣ୍ତା ପାନିୟ ଜଳ ବଣ୍ଟନ କରିଥିଲେ । ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ମଧ୍ୟ ଭକ୍ତବୃନ୍ଦଙ୍କୁ ଦହି ସରବତ ବଣ୍ଟନ କରାଯାଇଥିଲା ।

ଟିପିଡବ୍ଲୁଡିଏଲ ତରଫରୁ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମୁଖରେ ମୃଦୁ ଥଣ୍ତା ସରବତ ଆଜି ପ୍ରଦାନ କରାଯାଇଛି ଓ ବୈଶାଖ ଶେଷ ଦିନରେ ମଧ୍ୟ ପ୍ରଦାନ କରାଯିବ ବୋଲି ପାଇକମାଲ ଟିପିଡବ୍ଲୁଡିଏଲ ଏସଡିଓ ମନରଞ୍ଜନ ନାୟକ ସୂଚନା ଦେଇଛନ୍ତି । ମାରୱାଡି ଯୁବାମଞ୍ଚ ତରଫରୁ ନିସର୍ଗ ନିବାସ ସମ୍ମୁଖରେ ଅଣ୍ଣଛତ୍ର ଦିଆଯାଇଥିଲା । ମେଳା ପରିସରରେ ଆଜି ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ମୀନା ବଜାର, ଦୋଳି ଆଦିର ମଜା ନେଉଛନ୍ତି ଦର୍ଶକମାନେ । ମେଳାର ସୁପରିଚାଳନା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ତତ୍ପରତା ସହିତ କାମ ଚାଲିଛି ।

error: Content is protected !!