ପାଇକମାଲ-ବରଗଡ ଜିଲା ପାଇକମାଲ ବ୍ଲକ ନୃସିଂହନାଥ ଏସ.ଏସ.ଡି ହାଇ ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଏଡିଦବଲୁଓ ଇପ୍ସିତା ନନ୍ଦ, ମୁଖ୍ୟବକ୍ତା ବିନ୍ଧ୍ୟବାସିନୀ ହାୟର ସେକେଣ୍ଡରୀ ସ୍କୁଲର ଓଡ଼ିଆ ଅଧ୍ୟାପିକା ରଂଜିତା ମହାନ୍ତି, ସମ୍ମାନିତ ଅତିଥି ପାଇକମାଳ ବ୍ଲକ ଶିକ୍ଷାଅଧିକାରୀ ଚୂଡ଼ାମଣି ବାରିକ, ସ୍କୁଲର ଉପଦେଷ୍ଟା ବଡ ଶତପଥି, ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ, ଶିକ୍ଷକ ସୁରେନ୍ଦ୍ର କୁମାର ପ୍ରଧାନ, କମିଟି ସଭାପତି ଅଶ୍ୱିନୀ ସାହୁ ପ୍ରମୁଖ ଯୋଗଦେଇ ପ୍ରଥମେ ନୃସିଂହନାଥ ଭଗବାନ ଙ୍କ ଫୋଟୋ ଚିତ୍ରରେ ପୁଷ୍ପ ପ୍ରଦାନ ସହ ଦୀପ ପ୍ରଜ୍ବଳନ କରି ପୁଜା କରିଥିଲେ । ଏହାପରେ ପ୍ରାରଂମିକ ସଂଗୀତ ବାଳିକା ମାନେ ଗାନ କରିଥିଲେ।
ଆଶୁତୋଷ ସାହୁ ବାର୍ଷିକ ବିବରଣୀ ପଠନ କରିଥିବାବେଳେ ସଭା ପରିଚାଳନା ବିଜୟ ଶଙ୍କର ଦେହୁରୀ କରିଥିଲେ। ଅତିଥି ମାନେ ନିଜସ୍ୱ ଅଭିଭାଷଣ ରେ ବଡ ମଣିଷ ନ ହେଲେ ମଧ୍ୟ୍ୟ ଭଲ ମଣିଷ ହେବା ପାଇଁଚେଷ୍ଟା କର,ଅତ୍ୟନ୍ତ ପରିଶ୍ରମ କରି ମନଦେଇ ପାଠ ପଢି ସ୍କୁଲର ନାମ ରଖି ପିତାମାତା ଙ୍କର ଇଛା ପୂରଣ କରିବା ପାଇଁ କହିଥିଲେ। ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରାଯାଇ ଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଧାନଶିକ୍ଷୟିତ୍ରୀ ମୋହିନୀ ଦଳପତି, ଏହାପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଦର୍ଶକ ମାନେ ଦେଶାତ୍ମବୋଧକ କାର୍ଯ୍ୟକ୍ରମ କୁ ଖୁବ ପ୍ରଶଂସା କରିବା ସହ ନାଚ, ଗୀତ,ଅଭିନୟକୁ ମନ ଭରି ଉପଭୋଗ କରି ଥିଲେ।