Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିନୂତନ ପଞ୍ଚାୟତ ଗୃହ ପାଇଁ ଦାବୀ କଲେ ଗିରିରାଜ।

ନୂତନ ପଞ୍ଚାୟତ ଗୃହ ପାଇଁ ଦାବୀ କଲେ ଗିରିରାଜ।

ତୁରେକେଲା – ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚାଉଲଶୁଖା ପଞ୍ଚାୟତ ସଭାଗୃହ ଠାରେ ସୋମବାର ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି। ଏହି ଅଭିଯୋଗ ଶୁଣାଣି ରେ ତୁରେକେଲା ବିଡ଼ିଓ ଶଙ୍କର୍ଷଣ ବେହେରା, ଆସିଷ୍ଟାଣ୍ଟ ଇଞ୍ଜିନିୟର ନବ ମଳିକ, ଚାଉଳଶୁଖା ସମିତି ସଭ୍ଯ ଗିରିରାଜ ସିଂ ମାଝୀ, ସରପଞ୍ଚ ଛାୟାବତୀ ମେହେର, ସିଡିପିଓ ରତ୍ନାମଣୀ ବରାଲ, କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରମଣି ସେଠ, ବ୍ଳକ ସାମାଜିକ ମଙ୍ଗଳ ଅଧିକାରୀ ହେମାନନ୍ଦ ବିଶ୍ଵାଳ, ବିପିସି ଅଭିନାଶ ଭୋଇ,କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଜୁନ ତଳକା ସହ ବ୍ଳକ ର ସମସ୍ତ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ।

ଚାଉଳଶୁଖା ପଞ୍ଚାୟତ ସମସ୍ତ ଗାଁ ଜନ ସାଧାରଣ ତାଙ୍କ ସମସ୍ୟା କୁ ନେଇ ବ୍ଳକ ପ୍ରଶାସନ ଙ୍କୁ ଜଣାଇଥିଲେ। ଅନେକ ସମସ୍ୟାର ସମାଧାନ ତୁରନ୍ତ କରାଯାଇଥିଲା ଏବଂ ଯେଉଁ ସମସ୍ୟାର ସମାଧାନ ତୁରନ୍ତ ହୋଇ ପାରିଲା ନାହିଁ ସେ ଅଭିଯୋଗ ଉପରେ ନଜର ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ତୁରେକେଲା ବିଡ଼ିଓ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷ ରେ ନୂତନ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ସମିତି ସଭ୍ଯ ଗିରିରାଜ ସିଂ ମାଝୀ ଏକ ଦାବିପତ୍ର ତୁରେକେଲା ବିଡ଼ିଓ ଙ୍କୁ ପ୍ରଦାନ କରିଛନ୍ତି।

error: Content is protected !!