Tuesday, March 4, 2025
spot_imgspot_imgspot_img
Homeରାଜ୍ୟନୂତନ ଅପରାଧିକ ଆଇନ ଉପରେ ଗାଇସିଲେଟ ପୋଲିସ ପକ୍ଷରୁ ସଚେତନତା ଶିବିର ।

ନୂତନ ଅପରାଧିକ ଆଇନ ଉପରେ ଗାଇସିଲେଟ ପୋଲିସ ପକ୍ଷରୁ ସଚେତନତା ଶିବିର ।

ଗାଇସିଲେଟ-ନୂତନ ଅପରାଧିକ ଆଇନ ଉପରେ ଗାଇସିଲେଟ ପୋଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂସଦରେ ପାରିତ ଭାରତୀୟ ଦଣ୍ଡ ସଂହିତା, ନାଗରିକ ସଂହିତା, ଓ ସାକ୍ଷ୍ୟ ବିଧି ଆଇନ ଲାଗୁ ହେବା ପରିପ୍ରେକ୍ଷୀରେ ଗାଇସିଲେଟ ଥାନା ପୋଲିସ ପକ୍ଷରୁ ଏକ ସଚେତନତା ଶିବିର ସ୍ଥାନୀୟ ସଚେତନ ନାଗରିକ, ପଞ୍ଚାୟତ ସଦସ୍ୟ, ସାମ୍ବାଦିକ ଓ ବୁଦ୍ଧିଜୀବିମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଥାନା ଭାରପ୍ରାପ୍ତ ଅଧିକାରୀ ହରିଶଙ୍କର ଭୋଇ ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନିତ ଅତିଥି ଭାବରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା,ସାମ୍ବାଦିକ ସୁଶାନ୍ତ ପଣ୍ଡା ଯୋଗଦେଇ ନୂତନ ଆଇନ ର ଉପଯୋଗୀତା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ।

ବ୍ରିଟିଶ ଅମଳରୁ ବଳବତ୍ତର ଥିବା ଏହି ଆଇନ ସାମ୍ପ୍ରତିକ ସାମାଜିକ ସମସ୍ୟା ପରିପ୍ରେକ୍ଷୀରେ କ୍ରମ ବର୍ଦ୍ଧିଷ୍ଣୁ ଅପରାଧ ର ନିରାକରଣ ପାଇଁ ସହାୟକ ହେବ ବୋଲି ମତାମତ ପ୍ରକାଶ ପାଇଥିବା ବେଳେ ମାନବିକ ଅଧିକାର ତଥା ନାଗରିକଙ୍କ ର ଅଧିକାର ର ସୁରକ୍ଷା ଉପରେ ମଧ୍ୟପ୍ରଶ୍ନ ଉଠା ଯାଇଥିଲା । ପ୍ରମୁଖ ଗ୍ରାମବାସୀ ବିଭିନ୍ନ ଆଇନ ସମସ୍ୟା ଉପରେ ଥାନା କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଥାନା ର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ସବ ଇନ୍ସପେକ୍ଟର ପ୍ରଦୀପ ତ୍ରିପାଠୀ ସ୍ଵାଗତ ଅଭିଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ।

error: Content is protected !!