ନୂଆପଡା(ଡୋଲେଶ୍ଵର ବାଗ)-ନୂଆପଡା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ରେ ନୂତନ ଅପରାଧ ଆଇନ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଯାଇଅଛି। ଏହି କର୍ମଶାଳା ରେ ଜିଲାର ସାମ୍ବାଦିକ ଏବଂ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ। ନୂତନ ଅପରାଧ ଆଇନ ଉପରେ ଅବଗତ ହୋଇ ଆସନ୍ତା ଜୁଲାଇ ଏକ ତାରିଖ ରେ ଏହାର କାର୍ଯ୍ୟକାରିତା ହେବ। ତେଣୁ ବିଭିନ୍ନ ସଭା, ସମିତି, କର୍ମଶାଳା, ଶିବିର, ଆଲୋଚନା ଚକ୍ର ମାଧ୍ୟମରେ ଜାଣି ଅନ୍ୟକୁ ଜଣାଇବା ଦ୍ବାରା ଅପରାଧ ନିୟନ୍ତ୍ରଣ କରିବ ବୋଲି ନୂଆପଡ଼ା ଏସପି ଜି ରାଘବେନ୍ଦ୍ର ରେଡ୍ଡୀ ପ୍ରକାଶ କରିଛନ୍ତି। ଚତୁର୍ଥ ସ୍ତମ୍ବ ଗଣମାଧ୍ୟମ ଏହି ନୂତନ ଅପରାଧ ଆଇନ ସମ୍ପର୍କରେ ଜାଣିବା କଥା ବୋଲି କହିଥିଲେ। ବ୍ରିଟିଂଶ ଶାସନ କାଳରୁ ଆଇନ ପ୍ରଣୟନ ହୋଇଥିବା ବେଳେ ଏହି ଆଇନ ସଂଶୋଧନ ଆବଶ୍ୟକ ଥିଲା। ଏହା ସଂଶୋଧିତ ହେବା ଦ୍ବାରା ଭାରତର ନାଗରୀକ ଙ୍କୁ ଦଣ୍ଡ ଏବଂ ନ୍ୟାୟ ପ୍ରଦାନ କରିବ।