Saturday, April 19, 2025
spot_imgspot_imgspot_img
Homeରାଜନୀତିନୂଆପଡ଼ା ଜିଲ୍ଲାର ୪୦ ଗୋଟି ସକ୍ଷୀ ବୁଥ ପାଇଁ ମହିଳା ନିର୍ବାଚନ କର୍ମଚାରୀ ନିୟୋଜିତ :...

ନୂଆପଡ଼ା ଜିଲ୍ଲାର ୪୦ ଗୋଟି ସକ୍ଷୀ ବୁଥ ପାଇଁ ମହିଳା ନିର୍ବାଚନ କର୍ମଚାରୀ ନିୟୋଜିତ : ଆଦର୍ଶ ବୁଥ ରୂପେ ବିବାହ ମଣ୍ଡପ ପରି ସୁସଜ୍ଜିତ ।

ନୂଆପଡ଼ା(ଡୋଲେଶ୍ୱର ବାଗ)-ନୂଆପଡ଼ା ଜିଲ୍ଲା ର ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ମହିଳା ମାନେ ମଧ୍ୟ ଚଳିତ ସାଧାରଣ ନିର୍ବାଚନରେ ନିୟୋଜିତ ହୋଇ ଦାୟିତ୍ବ କୁ ଅତି ସୁରୁଖୁରୁ ରେ ନିର୍ବାହ କରିବା ପାଇ ଆଦର୍ଶ ବୁଥ କରାଯାଇଛି। ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ୨୦ ଗୋଟି ସକ୍ଷୀ ବୁଥ ରହିଥିବା ବେଳେ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ରେ ୨୦ ଟି ସକ୍ଷି ବୁଥ ମତଦାନ କେନ୍ଦ୍ର ରହିଅଛି। ଏହି ମତଦାନ କେନ୍ଦ୍ର ରେ ମହିଳା କର୍ମଚାରୀ ମାନେ ନିୟୋଜିତ ହୋଇ ଥିବା ବେଳେ ଆଜି ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ଠାରୁ ଇଭିଏମ, ଭିଭି ପେଡ, ନିର୍ବାଚନ ସାମଗ୍ରୀ ନେଇ ନିଜ ନିଜ ମତଦାନ କେନ୍ଦ୍ର କୁ ଯାଇଛନ୍ତି।

ସେମାନେ ମଧ୍ୟ ଅଧିକ ଖୁସି ବ୍ୟକ୍ତ କରିଛନ୍ତି। ନିର୍ବାଚନ କମିଶନ ଙ୍କ ପକ୍ଷ ରୁ ଉଚିତ୍ ନିଷ୍ପତ୍ତି ନେଇଛନ୍ତି। ଯେ ମହିଳା ମାନେ ମଧ୍ୟ କୌଣସି ଗୁଣରେ କମ୍ ନୁହନ୍ତି। ସେମାନେ ମଧ୍ୟ ନିର୍ବାଚନ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବାକୁ ଆଗେଇ ଆସିଛନ୍ତି। ଜିଲ୍ଲା ର ୪୦ ଗୋଟି ସକ୍ଷୀ ବୁଥ ରେ ୨୮୦ ଜଣ ମହିଳା କର୍ମଚାରୀ ନିର୍ବାଚନ ଦାୟିତ୍ବ ତୁଲାଇବେ। ସକ୍ଷୀ ବୁଥ କୁ ମଧ୍ୟ ଅତି ସୁନ୍ଦର୍ ସାଜ ସାଜ୍ୟା ହୋଇଥିବା ନେଇ କୌଣସି ବିବାହ ମଣ୍ଡପ ରୁ କାମ ନୁହେଁ। ଭୋଟର ଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ଆଦର୍ଶ ବୁଥ କରିଛନ୍ତି।

error: Content is protected !!