Saturday, March 7, 2026
Homeଅଘଟଣନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତ କୁଲାହାରି ଘାଟରେ ମାଓ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ...

ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତ କୁଲାହାରି ଘାଟରେ ମାଓ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ , ଦୁଇ ମହିଳା ମାଓବାଦୀ ନିହତ ।

ନୂଆପଡା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତ କୁଲାହାରି ଘାଟ ରେ ମାଓ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ଦୁଇ ମାଓବାଦୀ ନିହତ ହୋଇଥିବା ବିଶେଷ ସୂଚନା ନୂଆପଡ଼ା ଏସ ପି ରଘବେନ୍ଦ୍ର ଗୁଣ୍ଡଳା ରେଡ୍ଡୀ ସୂଚନା ଦେଇଛନ୍ତି। ଗରିଆବନ୍ଧ୍ ପୋଲିସ ଅଧିନସ୍ଥ କୁଲାହାରୀ ଘାଟ ଅଞ୍ଚଳ ରେ ମାଓ ଗତିବିଧି ପରିଲକ୍ଷିତ ହୋଇଥିବା ବେଳେ ମିଳିତ ସର୍ଚ୍ଚ ଅପରେସନ ଜାରି ରହିଥିଲା।

ମାଓ ଅପରେସନ ରେ ୧୦ ଗୋଟି ଦଳ ଗଠିତ ହୋଇ ଏହି ଅପରେସନ କୁ ପରିଚାଳିତ କରୁଥିଲେ। ତିନି ଏସ ଓ ଜି ଯବାନ ସମେତ ୨ ଗୋଟି ଛତିଶଗଡ଼ ସୁରକ୍ଷା ଜୱନ୍ ଏବଂ ୫ ଗୋଟି ସିଆରପିଏଫ୍ ବେତଳୀୟନ୍ ସାମିଲ ହୋଇଥିଲେ। ଉଭାୟଙ୍କ ମଧ୍ୟରେ ଗୁଳି ବିନିମୟ ଦୀର୍ଘ ଘଣ୍ଟା ଧରି ଲାଗି ରହିଥିଲା। ଏହି ସମୟ ରେ ଦୁଇ ମାଓବାଦି ନିହତ ଥିବା ବେଳେ ୧ ଗୋଟି ଏସ ଏଲ ଆର ଏବଂ ୩ ଗୋଟି ଆଇ ଡି, ମିଳିଅଛି।

ମୃତ୍ୟୁ ମାଓବାଦୀ ଦୁଇ ଜଣ ହେଲେ ଧନତରୀ, ଗରିଆବନ୍ଧ ଓ ନୂଆପଡ଼ା ଡିଭିଜନ କମିଟି ବୋଲି ଜଣାପଡିଛି। ନୂଆପଡ଼ା ଜିଲ୍ଲା ସୀମାନ୍ତ ରୁ ମାତ୍ର ପାଞ୍ଚ କିଲୋମିଟର ୫୦୦ ମିଟର ଦୂରତା ରେ ମାଓ ଏବଂ ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନ ମାନେ ସୂଚନା ପାଇ ସେହି ଅଞ୍ଚଳ ରେ ସର୍ଚ୍ଚ ଅପରେସନ ଜାରି କରିଥିଲେ। ଦୁଇ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ଆହତ ସଂଖ୍ୟା ବୃଦ୍ଧି ହୋଇପାରେ।

error: Content is protected !!